ବିଜେଡ଼ି ରାଜ୍ୟ ଜୁମ୍ଵୋ ଟିମ୍ ରେ କଟକ ରୁ ସର୍ବାଧିକ ୮, ଜିଲ୍ଲା ସଭାପତି ଭାବେ ଚନ୍ଦ୍ର ସାରଥି ଙ୍କ ନାଁ କୁ ନେଇ ଚର୍ଚ୍ଚା 

କଟକ ସଦର, ୦୭/୦୫/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ଜୁମ୍ଵୋ ଟିମ୍ ଘୋଷଣା କରିଛନ୍ତି। ଏଥିରେ କଟକ ଜିଲ୍ଲା ରୁ ସର୍ବାଧିକ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ବର୍ତ୍ତମାନର ସାଂସଦ , ବିଧାୟକ ସ୍ଥାନ ପାଇଥିଲା ବେଳେ କିଛି ନଥିବା ପ୍ରଫୁଲ୍ଲ ସିଂହ ଙ୍କୁ ଗୁରୁତ୍ଵପୂର୍ଣ୍ଣ ସାଧାରଣ ସଂପାଦକ ଦାୟିତ୍ବ ମିଳିଛି।

ହେଲେ ବାଙ୍କି, ନିଆଳି ଓ କଟକ ସଦର କୁ ଏଥିରେ ସାମିଲ କରାଯାଇନାହିଁ। ଵାଙ୍କିର ବିଧାୟକ ଥିବା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେଵୀ ରଞ୍ଜନ ତ୍ରିପାଠୀ ପୂର୍ବରୁ ଛାତ୍ର ବିଜେଡ଼ି ସଭାପତି ଥିବା ବେଳେ ଏଵେ ବାପାଙ୍କ କଟାକ୍ଷ ପାଇଁ ବାଦ୍ ପଡିବା ସମ୍ଭାବନା ଅଧିକ ରହିଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ନିଆଳି ର ପୂର୍ବତନ ବିଧାୟକ ଡଃ ପ୍ରମୋଦ ମଲ୍ଲିକଙ୍କୁ ଜିଲ୍ଲା ପ୍ରଶାସନ କମିଟି ରେ ଥଇଥାନ କରାଯାଇଥିବା ବେଳେ ସ୍ୱ।ସ୍ଥ୍ୟଗତ ସମସ୍ୟା ପାଇଁ ଏଥର ତାଙ୍କୁ ରାଜ୍ୟ କମିଟିରୁ ବାଦ୍ ଦିଆଯାଇଛି।

ରାଜ୍ୟ କମିଟିରେ ପୂର୍ବତନ କଟକ ଜିଲ୍ଲା ସଭାପତି ସାଂସଦ ଦେବାଶିଷ ସାମନ୍ତରାୟ ଙ୍କୁ ଥଇଥାନ କରାଯାଇ ତାଙ୍କୁ ବରିଷ୍ଠ ନାଗରିକ ସେଲ୍ ର ଦାୟିତ୍ୱ ପ୍ରଦାନ କରାଯାଇଥିଲା ବେଳେ ଜିଲ୍ଲା ସଭାପତି ପଦ ପାଇଁ ପୂର୍ବତନ ସମିତି ସଭ୍ୟ, ସାଲେପୁର ପଞ୍ଚାୟତ ସମିତି ର ପୂର୍ବତନ ଉପାଧ୍ୟକ୍ଷ,ସାଲେପୁର ଓ କଟକ ସଦର ର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *