ଗରଦପୁର ବ୍ଲକ୍ ରେ ମିଳିତ ଅଭିଯୋଗ ଶୁଣାଣି ଶିବିର 

ଗରଦପୁର,୧୧/୧୨/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଜିଲା ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର ପଣ୍ଡା, ତହସିଲଦାର ତୃପ୍ତି ମହାନ୍ତି, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ ଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ୧୬୧ ଟି ଅଭିଯୋଗ ର ଶୁଣାଣି କରିଥିଲେ । ଏଥିରେ ୧୧ ଟି ସାମୁହିକ ଅଭିଯୋଗ ରହିଥିବାବେଳେ ୧୫୦ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା ।ଏହି ଅଭିଯୋଗରେ ଆବାସ ଯୋଜନାରେ ଘର ପାଇଁ ବହୁ ଅଭିଯୋଗ ମିଳିଥିବାବେଳେ ରେସନ କାର୍ଡ଼ରେ ନାମ ଯୋଡ଼ିବା , ରାସ୍ତା ନିର୍ମାଣ , ବାର୍ଦ୍ଧକ୍ୟ ଭତା ଆଦି ବିଭିନ୍ନ ଅଭିଯୋଗ ରହିଥିଲା । ଏଥିରେ ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ , ଜିଲା ପଂଚାୟତ ଅଧିକାରୀ ଚନ୍ଦ୍ର ଶେଖର ମହାରଣା, ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ ଅନିତା ପଟ୍ଟନାୟକ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲା ସାମାଜିକ କଲ୍ୟାଣ ଅଧିକାରୀ ରୁପାଲୀ ପ୍ରିୟଦର୍ଶିନୀ , ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ନୀରଂଜନ କର , ଗରଦପୁର ପଶୁ ଚିକିତ୍ସାଧିକାରୀ ଜ୍ୟୋତି ମହାନ୍ତି, ଜଳ ଯୋଗାଣ ଅଧିକାରୀ ବସନ୍ତ କୁମାର ନାୟକ ଙ୍କ ସମେତ ବ୍ଲକ୍ ପଂଚାୟତ ଅଧିକାରୀ ମୃଣ୍ମୟ ରାଉତ, ବ୍ଲକ୍ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା, ବ୍ଲକ୍ ମନରେଗା ଅଧିକାରୀ ଆଲୋକ ପତି, ବ୍ଲକ୍ ଯୋଗାଣ ଅଧିକାରୀ ସ୍ୱରୂପ ଦାସ, ସିଡ଼ିପିଓ ଭବାନୀ ବେହେରା, ବିପିସି ଅଖିଳ କୁମାର ଆଚାର୍ଯ୍ୟ , ବିକାଶ ସହାୟକ ଚୈତନ୍ୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତେବେ ଲଗାଯାଇଥିବା ବ୍ୟାନର ରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଲେଖାଯାଇଥିବାବେଳେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶୁଣାଣି ସମୟରେ ଉପସ୍ଥିତ ନଥିଲେ ।

Leave a Reply

Your email address will not be published. Required fields are marked *