ସାଇ ଇଂଟରନ୍ୟାସନାଲ୍ ଏଜୁକେସନ ଗ୍ରୁପ୍ ର ପ୍ରତିଷ୍ଠାତା ସ୍ମାରକୀ ସିରିଜ୍

ଭୁବନେଶ୍ୱର,୦୯/୧୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ସାଇ ଇଂଟରନ୍ୟାସନାଲ୍ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ଡଃ ବିଜୟ କୁମାର ସାହୁଙ୍କ ସ୍ମୃତିରେ ଜୀବନ ଓ ଆଦର୍ଶକୁ ପୁନର୍ଜୀବିତ କରିବା ପାଇଁ ଚଳିତ ବର୍ଷ ୪ର୍ଥ ଫାଉଣ୍ଡର ମେମୋରିଆଲ୍ ଟକ୍ ରେ ପ୍ରଖ୍ୟାତ ବିଦ୍ୱାନ, ଆଧ୍ୟାତ୍ମିକ ଚିନ୍ତକ ଏବଂ ମାନବବାଦୀ, ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଡକ୍ଟର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କର ଅଭିଭାଷଣରେ କହିଥିଲେ ଯେ ପ୍ରକୃତ ଶିକ୍ଷା ଜ୍ଞାନ ବୃଦ୍ଧି ଏବଂ କରୁଣା ଉଭୟକୁ ଜାଗ୍ରତ କରିବା ସହିତ ମାନବିକତା ପ୍ରତି ଯୋଗଦାନ ଦେବାରେ ସାହାଯ୍ୟ କରେ ।

ଏକ ଉଦ୍ଧେଶ୍ୟମୂଳକ ଜୀବନ କେବଳ ନିଜେ ଅର୍ଜନ କରିଥିବା ସଫଳତାକୁ ମପାଯାଏ ନାହିଁ ବରଂ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କର ସଫଳତା ଦ୍ୱାରା ହିଁ ମପାଯାଏ । ଡଃ ବିଜୟ କୁମାର ସାହୁଙ୍କ ଜୀବନ ତାହାର ଏକ ଜ୍ୱଳନ୍ତ ଉଦାହରଣ ଏବଂ ତାଙ୍କର ଆଦର୍ଶ ପରବର୍ତୀ ପିଢିଙ୍କୁ ପ୍ରେରଣା ଯୋଗାଇଆସୁଛି । ଯାହାର ପ୍ରତିଫଳନରେ ଆଜିର ଛାତ୍ରଛାତ୍ରୀମାନେ ଦେଶବିଦେଶରେ ଅଧ୍ୟୟନ କରିବା ସହ ନିଜକୁ ପ୍ରତିଷ୍ଠା କରିବାରେ ସଫଳ ହୋଇପାରିଛନ୍ତି । ଶିକ୍ଷାର ବିକାଶ ହିଁ ଏକ ସୁନ୍ଦର ଭାରତ ଗଠନ କରାଯାଇପାରିବ ବୋଲି ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ସମସ୍ତ କାର୍ଯ୍ୟକ୍ରମ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଫଳିତ କରିଥାଏ । ଶିକ୍ଷା ମାଧ୍ୟମରେ ଉତମ ଚରିତ୍ର ସହିତ ଜୀବନରେ ଏକ ଉଦ୍ଧେଶ୍ୟମୂଳକ ଭାବନା ଗଠନ କରିହୁଏ ବୋଲି କହିଥିଲେ ।

ଗୁରୁଜୀଙ୍କ ଦ୍ୱାରା ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁଙ୍କ ଜୀବନୀ ଉପରେ ବିସ୍ତୃତ ‘କଫି ଟେବୁଲ ବୁକ୍’ ଉନ୍ମୋଚନ କରାଯାଇଥିଲା । ସାଇ ଇଂଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପ୍ ର ଚେୟ୍ୟାର୍ ପର୍ସନ ଡଃ ଶିଳ୍ପୀ ସାହୁ କହିଥିଲେ ଯେ ଏହି ସ୍ମାରକୀ ସିରିଜ୍ ହେଉଛି ପ୍ରତିଷ୍ଠାତା ଡଃ ସାହୁଙ୍କ ସ୍ୱପ୍ନର ଏକ ବାର୍ଷିକ ଉତ୍ସବ । ଶିକ୍ଷା କ୍ଷେତ୍ରରେ ଦେଖିଥିବା ଚିରନ୍ତନ ସ୍ୱପ୍ନକୁ ଆହୁରି ବ୍ୟାପକ କରିବା ପାଇଁ ଆମେ ସମସ୍ତେ ପ୍ରତିବଦ୍ଧ ଏବଂ ଏହା ତାଙ୍କ ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସାଇ ଇଂଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପ୍ କାର୍ଯ୍ୟାଳୟର ସଦସ୍ୟା ବିଜିଶା ସାହୁ ଓ ବିଶାଲ ଆଦିତ୍ୟ ସାହୁ ଉପସ୍ଥିତ ଥିଲେ ।

ସ୍କୁଲର ସଂଗୀତ ଶିକ୍ଷକ ହିମାଂଶୁ ଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଉଚ୍ଚକୋଟୀର ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାଇ ଇଂଟରନ୍ୟାସନାଲ୍ ସ୍କୁଲର ସିନିୟର ପ୍ରିନି୍ସପାଲ୍ ନୀଳକଂଠ ପାଣିଗ୍ରାହୀ, ସେକେଣ୍ଡାରୀ ପ୍ରିନ୍ସିପାଲ ପ୍ରକାଶ ଚନ୍ଦ୍ର ସାହୁ, ଜୁନିୟର ପ୍ରିନ୍ସିପାଲ୍ ରଶ୍ମି ପାଣ୍ଡେ ଓ ସାଇ ଇଂଟରନ୍ୟାସନାଲ୍ ରେସିଡେନ୍ସିଆଲ୍ ସ୍କୁଲର ହେଡ୍ ମାଷ୍ଟର୍ ଅମିତାଭ୍ ଅଗ୍ନିହୋତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *