କେ ବି ଡ଼ି ଏ ଭି କଲେଜ ରେ ମାନସିକ ସ୍ୱାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ସଚେତନ କାର୍ୟ୍ୟକ୍ରମ ଅନୁଷ୍ଠିତ

ନିରାକାରପୁର, ୨୨/୧୨/୨୦୨୩ (ଓଡ଼ିଶା ସମାଚାର)- ଆଜି କେ ବି ଡ଼ି ଏ ଭି କଲେଜ ନିରାକାରପୁର, ଖୋର୍ଦ୍ଧା ରେ ଦି ସୁପରଇଗୋ ଫାଉଂଡେସନ ତରଫରୁ ମାନସିକ ସ୍ୱାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ସଚେତନ କାର୍ୟ୍ୟକ୍ରମ କାର୍ୟ୍ୟକ୍ରମ କରାଯଇଥିଲା । ଯେଉଁଥିରେ ମୁଖ୍ୟ ବକ୍ତା ଭାବେ ଦି ସୁପରଇଗୋ ଫାଉଂଡେସନ ର ସଭାପତି ଡ଼କ୍ଟର ସଦାଶିବ ମହାପାତ୍ର, ମନସ୍ତତ୍ଵବିତ ଉମେଶ କୁମାର ଚଇନି, ଭେଟେରାନ ଶସଧର ପାଢ଼ୀ, ଭେଟେରାନ ବିଜୟ ବଳିୟାରସିଙ୍ଗ ଓ ଭେଟେରାନ ବିପିନ ବିହରି ମାନସିଂ ଯୋଗଦାନ କରିଥିଲେ । ଏହି କାର୍ୟ୍ୟକ୍ରମ କୁ ମହାବିଦ୍ୟାଳୟ ର ପ୍ରିନସିପାଲ ଶ୍ରୀମତୀ ବ୍ରତତି ମିଶ୍ର ଓ ଡ଼କ୍ଟର କୈବଲ୍ୟ ଚରଣ ପତି ପରିଚାଳିତ କରିଥିଲେ । କେ ବି ଡ଼ି ଏ ଭି କଲେଜ ନିରାକାରପୁର ର ଛାତ୍ର ମାନଙ୍କ ମନୋବଳ କୁ ବଢାଇବା, ଅବସାଦ ରୁ ମୁକ୍ତି ର ଉପାୟ, ପରୀକ୍ଷା ସମୟ ରେ ମାନସିକ ଚାପ କୁ ନିୟନ୍ତ୍ରଣ ଓ ଅନେକ ମାନସିକ ରୋଗ ରୁ କିପରି ମୁକ୍ତି ପାଇବା ଭଳି ବିଷୟ ରେ ବକ୍ତବ୍ୟ ଦିଆଯାଇଥିଲା । ଛାତ୍ରମାନଙ୍କୁ ଶାରୀରିକ ବ୍ୟାୟାମ ଏବଂ ଖେଳ ପାଇଁ ପ୍ରୋଛାହିତ କରାଗଲା, ଯେଉଁ ଥିରେ ସେମାନଙ୍କ ମାନସିକ ବିକାଶ ହୋଇପାରିବ । ସାଙ୍ଗ ମାନଙ୍କ ସହ ଭଲ ବ୍ୟବହାର କରିବା ଓ ସଦାବେଳେ ସହଯୋଗ ମନବୃତି ରଖିବାକୁ ପରାମର୍ଶ ଦିଆଯାଇଥିଲା । ଅବସାଦ ର ଲକ୍ଷଣ ଦେଖାଗଲେ କିପରି ସମାଧାନ କରିବା ତାହା ଆଲୋଚନା କରାଯାଇଥିଲା । କ୍ୟାରିଅର ଚୟନ ପାଇଁ ଉପାୟ ଆଦି ବିଷୟରେ ବକ୍ତବ୍ୟ ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ଆର୍ମି ଭେଟେରାନ ଉମେଶ କୁମାର ଚଇନି ଛାତ୍ରମାନଙ୍କୁ ଦେଶ ସେବା ପାଇଁ ଆଗକୁ ଆସିଵା ପାଇଁ ପ୍ରେରଣା ଦେଇଥିଲେ ଓ ସେମାନେ କିପରି ଏ ଦେଶ ର ଭବିଷ୍ୟତ ହେବେ ସେଥିପାଇଁ ଅନୁପ୍ରାଣିତ କରିଥିଲେ । ଅବୈଧ ନିଶା କିଭଳି ଆମ ଯୁବ ସମାଜ କୁ ବର୍ବାଦ କରି ସେମାନଙ୍କ କ୍ୟାରିଅର କୁ ନଷ୍ଟ କରୁଛି ଓ ଦେଶ ପାଇଁ ବିପଦ ସୃଷ୍ଟ କରୁଛି ତାହା ବିଷୟରେ ଆଲୋଚନା କରିଥିଲେ । ଭେଟେରାନ ଶସଧର ପାଢ଼ୀ ପ୍ରାଥମିକ ଚିକିତ୍ସା ର ଏହାର ଆବଶ୍ୟକତା ଓ ଉପଯୋଗୀତା ଉପରେ ଆଲୋଚନା କରି ଛାତ୍ର ମାନଙ୍କୁ ଏହାର ପ୍ରଦର୍ଶନ କରାଇଥିଲେ । ଭେଟେରାନ ବିଜୟୀ ବଳିୟାରସିଙ୍ଗ ଓ ବିପିନ ମାନସିଂ ଆର୍ମି କ୍ୟାରିଅର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *