ଖୋର୍ଦ୍ଧା ୦୩/୦୫/୨୦୨୫ (ଓଡ଼ିଶା ସମାଚାର)- ଓଡିଶା ସିନେ ୱାର୍କର୍ସ ଆସୋସିଏସନ ତରଫରୁ ଖୋର୍ଦ୍ଧା ଡାକ ବଙ୍ଗଳାରେ ବିଶ୍ୱ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଓଡିଶା ସିନେ ୱାର୍କର୍ସ ଆସିସୋଏସନ ତରଫରୁ ପ୍ରତିବର୍ଷପରି ଏବର୍ଷ ଅନୁଷ୍ଠାନ ର ୧୧ତମ ବିଶ୍ୱ ଶ୍ରମିକ ଦିବସ ଓ ୧୧ତମ ଚଳଚ୍ଚିତ୍ର ପୁରସ୍କାର ତଥା କବି କଳାକାର ମହାକୁମ୍ଭ କାର୍ୟ୍ୟକ୍ରମ ଆଗାମୀ ୨୨/୫/ ରେ ଜୟଦେବ ଭବନ ଭୁବନେଶ୍ୱର ଠାରେ ହେବାକୁ ଯାଉଥିବା କାର୍ୟ୍ୟକ୍ରମ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନ ର ସମ୍ପାଦକ ଡ଼.ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।
ଚଳଚ୍ଚିତ୍ର ଜଗତର ପିତାମହ ତଥା ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଜୟୀରାମ ସାମଲଙ୍କୁ ଅନୁଷ୍ଠାନ ର ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ଏଥିସହିତ ୧୦ହଜାର ଚେକ, ଅଙ୍ଗବସ୍ତ୍ର ଓ ଉପାୟନ ଓ ମାନପତ୍ର ପ୍ରଦାନ କରାଯିବ, ଉତ୍ତମ ଚଳଚ୍ଚିତ୍ର ଭାବେ ପାୱାର, ଡଷ୍ଟପିନ୍, ତେଜସ୍ୱିନୀ, ଓ କର୍ମ କୁ ପ୍ରଦାନ କରାଯିବାପାଇଁ ସ୍ଥିର କରାଯାଇଛି। ପାୱାର ଫିଲ୍ମ ର ନିର୍ଦ୍ଧେଶକ ଶ୍ରୀଯୁକ୍ତ ଅଶୋକ ପତି, ନାୟକ ବାବୁସାନ ମହାନ୍ତି, ନାୟିକା ଏଲିନା ସାମନ୍ତରାୟ, ଓ ପ୍ରଯୋଜିକା ତ୍ରିପ୍ତି ଦାସ ଙ୍କୁ ମର୍ୟ୍ୟାଦାପୂର୍ଣ୍ଣ ସମ୍ନାନ ପ୍ରଦାନ କରାଯିବ । ସେହିପରି ଡଷ୍ଟପିନ୍ର ନିର୍ଦ୍ଧେଶକ ତଥା କାହାଣୀକାର ଓ ଅଭିନେତା ତତ୍ତ୍ୱପ୍ରକାଶ ସତପଥି ଓ ନାୟିକା ଙ୍କୁ ଉତ୍ତମ ଡେବିୟୁ ଚଳଚ୍ଚିତ୍ର ଭାବେ ସନ୍ମାନିତ କରାଯିବ।
ସେହିପରି କର୍ମ ଚଳଚ୍ଚିତ୍ର ର ଉତ୍ତମ ସପଟିଙ୍ଗ ଚରିତ୍ର ଭାବେ ଶ୍ରୀଯୁକ୍ତ ଜୟପ୍ରକାଶ ଦାସ ଓ ସଂଗୀତ ଚିରିଂ ଚିରିଂ ଙ୍କୁ ସମ୍ନାନ ଦିଆଯିବ । ସେହିପରି ତେଜସ୍ୱିନୀ ଚଳଚ୍ଚିତ୍ର ର ଉତ୍ତମ ଚାଇଲଡ୍ଡ ଆକ୍ଟର ଭାବେ ସମ୍ନାନ ଦିଆଯିବ । ଏଥିସହ ଉତ୍ତମ ଅଭିନେତା ଭାବେ ଶ୍ରୀଯୁକ୍ତ ଶ୍ରୀତମ ଦାସ ଓ ଉତ୍ତମ କମେଡିଆନ ଭାବେ ଶ୍ରୀଯୁକ୍ତ ହରିହର ମହାପାତ୍ର ଙ୍କୁ ପ୍ରଦାନ କରାଯିବ । ଏଥିସହିତ ରାଜ୍ୟରୁ ୧୦୦ ଜଣ ପ୍ରମୁଖ କବି, କଳାକାର, ସମାଜସେବୀ ମାନଙ୍କୁ ସାନମାନିତ କରାଯିବ। ଏହି ସାମ୍ବାଦିକ ସନ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଭଏସ ମିଡ଼ିଆ ର ରାଜ୍ୟ ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଭାତ କୁମାର ମିଶ୍ର, ଓ ବିଶିଷ୍ଟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଭଏସ ମିଡ଼ିଆ ର ସମ୍ପାଦକ ଶ୍ରୀଯୁକ୍ତ ଧନେଶ୍ୱର ବିଧାର, ଧରିତ୍ରୀ ର ସାମ୍ବାଦିକ ଦେବପ୍ରସାଦ ହୋତା, ପ୍ରମେୟ ର ସାମ୍ବାଦିକ ସତ୍ୟ ବାରିକ ଓ ଜିଲ୍ଲାର ବହୁ ସାମ୍ବାଦିକ, ଯୋଗଦେଇଥିଲେ ।
ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମ୍ପାଦକ ଡ଼. ବେହେରା ଦିବସ ର ଆଭିମୁଖ୍ୟ ଓ ଶ୍ରମିକ ମାନଙ୍କ ର ବର୍ତମାନ ର ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ବଲାଙ୍ଗୀର ଜିଲ୍ଲାର ସଭାପତି ତଥା ରାଜ୍ୟ ସଂଯୋଜକ ମୀନକେତନ ପ୍ରଧାନ, ଜଗତସିଂହପୁର ଜିଲ୍ଲାର ସଭାପତି ତଥା ରାଜ୍ୟ ସଂଯୋଜକ ଚନ୍ଦନ ବିଶ୍ୱାଳ,ପୁରୀ ଜିଲ୍ଲାର ସଭାପତି କମଳିନୀ ପାଣିଗ୍ରାହୀ, କେନ୍ଦ୍ରାପଡ଼ା ଜିଲ୍ଲାର ସଭାପତି ସନ୍ତୋଷ କୁମାର ରାଉତ, ଭଦ୍ରକ ଜିଲ୍ଲାର ସଭାପତି ରାଜେଶ୍ୱରୀ ନାୟକ, କନ୍ଧମାଳ ଜିଲ୍ଲାର ସଭାପତି ଅକ୍ଷୟ କୁମାର କର୍ଣ୍ଣ, କଟକ ଜିଲ୍ଲାର ସଭାପତି ସୋହାଗିନୀ ବେହେରା, ଖୋର୍ଦ୍ଧା ଜିଲ୍ଲାର ସଭାପତି ଡ଼. ରିନା ବାଳା ସାହୁ, ଯାଜପୁର ଜିଲ୍ଲାର ସଭାପତି ଜୟନ୍ତୀ ଜେନା, ବରଗଡ଼ ଜିଲ୍ଲାର ସଭାପତି ମୁରଲୀଧର ମହାମଲିକ, ଅନୁଗୋଳ ଜିଲ୍ଲାର ସଭାପତି ଧିରେନ କୁମାର ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲାର ସଭାପତି ତନ୍ମୟୀ ଅଗସ୍ତି, କଳାହାଣ୍ଡି ଜିଲ୍ଲାର ସଭାପତି ଡ଼. ଅନିଲ ପ୍ରସାଦ ସାହୁ, ସୁନ୍ଦରଗଡ଼ ଜିଲ୍ଲାର ସଭାପତି ଡ଼. ଅନନ୍ତ କୁମାର ଆଚାର୍ୟ୍ୟ, ଗଞ୍ଜାମ ଜିଲ୍ଲାର ସଭାପତି ପ୍ରମିଳା କୁମାରୀ ପାଣି, ରାୟଗଡା ଜିଲ୍ଲାର ସଭାପତି ଅଶ୍ୱିନୀ ତ୍ରିପାଠୀ, ନୟାଗଡ ଜିଲ୍ଲାର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ଓ ଅନୁଷ୍ଠାନ ର ଉପଦେଷ୍ଠା ପିଙ୍କି ପ୍ରଧାନ, ଡ଼. ବନ୍ଦନା ହରିଚନ୍ଦନ,ପୁଷ୍ପା ପଣ୍ଡା, ଅଶ୍ରୁ୍ମୋଚନ ମହାନ୍ତି, କୁନାଲ ପଟ୍ଟନାୟକ, ପ୍ରଣୟ ଜେଠୀ, ବବି ମିଶ୍ର, ପ୍ରଶାନ୍ତ ପାଢ଼ୀ, ଡ଼. ରଜନୀ ରଞ୍ଜନ ଦାସ,ଙ୍କୁ ମନୋନୀତ କରାଯାଇଥିଲା । ଅନୁଷ୍ଠାନ ର ଉପ ସଭାପତି ମନୀଷା ମଞ୍ଜରୀ ମିଶ୍ର, ସହ ସମ୍ପାଦକ କୈଳାଶ ପାତ୍ର (କେ. ପି ) କୋଷାଧ୍ୟକ ପ୍ରଭାତି ପ୍ରଧାନ ଙ୍କ ନାମ ଅଧିବେଶନ ନମ୍ବର ୭୦ ରେ ସ୍ଥିର କରାଗଲା ।
