ଅହମଦିୟା ମୁସଲିମ ଧର୍ମ ସମ୍ମିଳନୀ — ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସମ୍ପ୍ରଦାୟର ଦୃଢ ନିନ୍ଦା

 ଭୁବନେଶ୍ୱର,୨୯/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅହମଦିୟା ମୁସଲିମ ସଂପ୍ରଦାୟ  ଭୁବନେଶ୍ୱର ପକ୍ଷରୁ ୟୁନିଟ -୪ ସ୍ଥିତ ମସଜିଦ ହମଦ ଠାରେ ଜନାବ ମୁହମ୍ମଦ ନୁରୁଦ୍ଦିନ ଅମିନ ପ୍ରେସିଡେଣ୍ଟ ଅହମଦିୟା ମୁସଲିମ ଜମାତ ଭୂବନେଶ୍ୱଙ୍କ ଅଧ୍ୟକ୍ଷରେ ଏକ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ପବିତ୍ର କୋରାନ ପାଠ କାସିମ ଆହମଦ କରିଥିବା ବେଳେ ଉର୍ଦ୍ଧୁ କବିତା ବଶିର ଆହମଦ ପରିବେଷଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଈ ଜନାବ ମୌଲବୀ ଅବଦୁଲ ଓକିଲ ନିୟାଜ ସାହିବ ‘ଜୀବନରେ ଶାନ୍ତି ଏବଂ ସଦୟତା କିପରି ପ୍ରତିଷ୍ଠା କରିବା’, ଜନାବ ମୌଲବୀ ସୟଦ କଲିମୁଦ୍ଦିନ ସାହିବ ‘ପାରିବାରିକ ଜୀବନ ସମସ୍ୟା ଏବଂ ତାହାର ସମାଧାନ’ ଓ ଜନାବ ମୌଲବୀ ମୁଜାହିଦ ଶାସ୍ତ୍ରୀ ସାହିବ ‘ସର୍ବଶକ୍ତିମାନ ଅଲ୍ଲାହଙ୍କ ସହିତ ସମ୍ପର୍କ କିପରି ଗଢ଼ିବା’ ବିଷୟରେ ନିଜର ଅଭିଭାଷଣ ଉପସ୍ଥାପିତ କରିଥିଲେ।

ସଭାପତି ଅଭିଭାଷଣ ରେ ଜନାବ ମୁହମ୍ମଦ ନୁରୁଦ୍ଦିନ ଅମିନ ପ୍ରେସିଡେଣ୍ଟ ଅହମଦିୟା ମୁସଲିମ ଜମାତ ଭୂବନେଶ୍ୱର କହିଥିଲେ ଯେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ଅହମଦୀୟା ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଏହି ଘଟଣାରେ ୨୭ ଜଣ ମୂଲ୍ୟବାନ ଜୀବନ ହରାଇଛନ୍ତି ଏବଂ ଅନେକ ନିର୍ଦୋଷ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରମଣ କେବଳ ମାନବାଧିକାରର ଖୋଲା ଉଲଂଘନ ନୁହେଁ ବରଂ ଧର୍ମ, ନୈତିକତା ଏବଂ ମାନବିକତା ର ମୂଲ୍ୟବୋଧର ବିରୁଦ୍ଧ ଅଟେ ।

ଅହମଦୀୟା ମୁସଲିମ ସମ୍ପ୍ରଦାୟ ଏହି ଦୁଃଖଦ ଘଟଣା ଉପରେ ଗଭୀର ଦୁଃଖ ଏବଂ ଶୋକ ପ୍ରକଟ କରୁଛି ଏବଂ ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଉଛି। ତଥା ଆହତମାନଙ୍କ ଶୀଘ୍ର ଅରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଅହମଦୀୟା ମୁସଲିମ ସମ୍ପ୍ରଦାୟ ସମସ୍ତ ପ୍ରକାରର ଆତଙ୍କବାଦ ଏବଂ ଉଗ୍ରବାଦ ବିରୁଦ୍ଧରେ ଦୃଢ ଭାବରେ ଛିଡ଼ା ହୋଇଛି । ଏବଂ ସବୁ ବେଳେ ଶାନ୍ତି, ସହନଶୀଳତା ଏବଂ ମାନବତାର ସୁରକ୍ଷା ପାଇଁ ସ୍ୱର ଉଠାଇ ଆସିଛି । ସମ୍ପ୍ରଦାୟର ଏହା ଦୃଢ ବିଶ୍ୱାସ ଯେ ଆତଙ୍କବାଦର ଇସଲାମ ସହିତ କୌଣସି ସମ୍ପର୍କ ନାହିଁ ।

ସାମୋହିକ ପ୍ରଥାନ ପରେ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଈଥିଲା କାର୍ଯ୍ୟକ୍ରମକୁ ନାଏବ ଅମିର ଡାକ୍ତର ଜହିରୁଦ୍ଦିନ ଖାନ , ସୟଦ  ଶକିଲ ରହମାନ , ତାହିର ଅହମଦ ଖାନ , ଅହମଦ ସଲାମ ,ଶାମିମି ଅହମଦ , ମୁବାରକ ଅହମଦ ଖାନ ,ଅବଦୁଲ ସଲାମ ଏବଂ ସୟଦ ଫିରୋଜ ଅହମଦ  ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *