ଓଡ଼ଗାଁ,୨୭ /୦୪/୨୦୨୫ (ଓଡ଼ିଶା ସମାଚାର)- ରବିବାର ଦିନ ଓଡ଼ିଶା କୃଷି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଓଡ଼ଗାଁସ୍ଥିତ ରଘୁନାଥ ଜୀଉଙ୍କ ଦର୍ଶନ କରି ଫେରିଛନ୍ତି। ସେ ପ୍ରଥମେ ଓଡ଼ଗାଁ ରେ ପହଞ୍ଚିବା ପରେ କର୍ମୀ ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ସମ୍ମାନିତ କରାଯାଇଥିଲା।
ପରେ ପରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ଆରତୀ ଗୌଡ଼ ଙ୍କ ଘରକୁ ଯାଇ କର୍ମୀ ମାନଙ୍କ ସହିତ ବସି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଦେଖିବା ସହିତ ତୃଣମୂଳ ସ୍ତରର କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ତାପରେ ସମସ୍ତ କର୍ମୀ ମାନଙ୍କ ସହିତ ମିଶି ରଘୁନାଥ ଜୀଉଙ୍କ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ।
ସେବାୟତ ମାନଙ୍କ ଠାରୁ ମନ୍ଦିରର ଇତିହାସ ଶୁଣି ଖୁସିରେ ବିଭୋର ହୋଇ ଯାଇଥିଲେ। ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ରଘୁନାଥ ମନ୍ଦିରର ୫କିଲୋ ହିସାବରେ ୩ ଗୋଟି ସ୍ବର୍ଣ୍ଣ କଳସ ଦେଖି ଖୁସି ବ୍ୟକ୍ତ କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନ ତଥା ପ୍ରତି ପଞ୍ଚାୟତର ଛାମୁଆଁ କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରୁଥିବାର ଜଣାପଡିଛି।
