ଡ଼ଃ କାଲାମଙ୍କ ସ୍ମୃତି ଚାରଣ ଓ  ସମ୍ବର୍ଦ୍ଧିନା ସଭା

ରାଉରକେଲା, ୧୭/୧୦/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ ) -ରାଉରକେଲା ର ଅନୁଷ୍ଠାନ ହାପି ମୋମେଂଟ ଇଣ୍ଡିଆ ପକ୍ଷରୁ ଭାରତ ର ପୂର୍ବତନ ରାଷ୍ଟ୍ରପତି ଡ଼ଃ ଅବଦୁଲ କଲାମ ଙ୍କ ଜନ୍ମତିଥି ରେ ସ୍ମୃତି ଚାରଣ, ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ସମାରୋହ ପୁରୀ ସାଂସ୍କୃତିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୁରୀ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠି   ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଅନୁଷ୍ଠାନ ର ଏହି କାର୍ଯ୍ୟ କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୁରୀ ପ୍ରାକ୍ତନ ବିଧାୟକ ଜୟନ୍ତ ଷଡଙ୍ଗୀ, ସମାଜସେବୀ ଶଙ୍କର ପରିଡା, ଶଶଧର ପଣ୍ଡା, ଡ଼ଃ ବନ୍ଦନା ହରିଚନ୍ଦନ, ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍ ଦୁତି ଚାନ୍ଦ ଏବଂ ମିନତୀ ମହାପାତ୍ର, ବ୍ୟଙ୍ଗ କବି ସମ୍ପଦ ରଥ ନିଜ ଅଭିଭାଷଣ ରେ ସମାଜ ରେ କିପରି ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ଅଛି ଏବଂ ତାର ବିକାଶ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଅବଦୁଲ କଲାମ ଙ୍କ ସ୍ମୃତି ଚାରଣ କରିଥିଲେ ।  ଅନୁଷ୍ଠାନ ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ୱାଗତ ଅଭିଭାଷଣ ରଖିବା ସହ କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ । ଗୁରୁ ବବିତା ଦାସ ଙ୍କ ତତ୍ଵାବଧାନ ରେ ପ୍ରସିଦ୍ଧ ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଭାରତ ବର୍ଷ କୋଣ ଅନୁକୋଣ ରେ ସମାଜରେ ନିଜ ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସାଗର ମହାନ୍ତି, ଗୀତାଞ୍ଜଳି ମହାପାତ୍ର, ସୁସ୍ମିତା ପାତ୍ର, ବାସନ୍ତୀ ହନୁମାନ,ରଂଜିତ ଜେନା,ଫିରୋଜ ସାହୁ, ଦୁଃଶାସନ ନାୟକ ମାନସୀ ଘୋଷ , ଡ଼ଃ ସୀତୁ ପ୍ରକାଶ ରଥ ଏବଂ ବିମଲ ଗହନ ପରିଚାଳନା ରେ ସାହାଯ୍ୟ କରିଥିଲେ । ଅନୁଷ୍ଠାନ ର ସଦସ୍ୟା ଶ୍ରାବଣୀ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନ ର ଟ୍ରଷ୍ଟି ଦିବାକର ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *