କଟକ ସଦର, ୦୧/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲରେ କାର୍ଯ୍ୟରତ ଥିବା ପରିଦର୍ଶକ ଯୋଗୀନାଥ ମହାନ୍ତିଙ୍କୁ ଆଜି ବୁଧବାର ଦିନ ତହସିଲ ପରିସରରେ ଭାବାବେଗ ପରିବେଶରେ ଅବସର କାଳୀନ ସମ୍ବର୍ଦ୍ଧନା
ଦିଆଯାଇଥିବା ବେଳେ କର୍ମଚାରୀ ମାନେ ତାଙ୍କର ସେବା ନିବୃତ ସୁସ୍ଥ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ ବିଦାୟୀ ତହସିଲଦାର ମଧୁସୂଦନ ନାୟକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ କାର୍ଯ୍ୟଭାର ଗ୍ରହଣ କରିଥିବା ନୂତନ ତହସିଲଦାର କ୍ଷୀରୋଦ କୁମାର ଦାଶଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା ଦିଆଯାଇଛି।
କିଶନନଗର ତହସିଲର ପରିଦର୍ଶକ ଯୋଗୀନାଥ ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
