କଟକ ସଦର, ୨୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବହୁ ଦିନର ପ୍ରତିକ୍ଷା ପରେ ଆବଶ୍ୟକତା ଦୃଷ୍ଟିରୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆନ୍ତରିକ ଉଦ୍ୟମ ଫଳରେ କିଶନନଗରକୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି। ଏଥିପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ବେଳେ ଲୋକେ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହି ବସ୍ ସକାଳ ୬ ଟାରେ ନୂଆଵଜାର ସଦର ବ୍ଲକ କାର୍ଯ୍ୟାଳୟ ନିକଟରୁ ବାହାରି ଶିଖରପୁର,ଯୋବ୍ରା,ବଡ଼ ମେଡ଼ିକାଲ, ଲିଙ୍କ୍ ରୋଡ଼, ଓଏମପି ଛକ ଦେଇ କଟକ-କନ୍ଦରପୁର ୫୫ ନମ୍ବର ଜାତୀୟ ରାଜପଥରେ ଆସି କନ୍ଦରପୁର ଠାରୁ ଆୟତପୁର ମହାନଦୀ ବନ୍ଧ ରାସ୍ତାରେ ଯାଇଁ ସାଢେ଼ ୭ ଟାରେ ବିଧାୟକ ଙ୍କ ଗାଁ ବିଶ୍ୱ।ଳପଡା ବୁଢିଆଣୀ ଠାକୁରାଣୀଙ୍କ ନିକଟରେ ପହଞ୍ଚି ସେଠାରୁ ୮ ଟା ରେ ବାହାରି ସେହି ରାସ୍ତା ଦେଇ ଵ୍କକ୍ ଛକରେ ପହଞ୍ଚିଵ ବୋଲି ଜଣାପଡିଛି। ଏହି ବସ୍ ଦିନ କୁ ତିନି ଥର ଜିବା ଆସିଵା କରିବ। ଏହି ବସ୍ ସେବା କୁ କିଶନନଗର ସରପଂଚ ସୁଜାତା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ଜଣାଯାଇଛି।