ପୁରୀ ଲୋକସଭା ଆସନର ବିଜେଡ଼ି ସାଂସଦ ପ୍ରାର୍ଥୀ ଓ ବିଧାୟକ ଙ୍କ ଶକ୍ତି ପ୍ରଦର୍ଶନ ।

ପଞ୍ଚସଖାଙ୍କ ପୁଣ୍ୟପୀଠର ସେବା କରିବା ପାଇଁ ଆମେ ସକଳ୍ପବଦ୍ଧ – ସଞ୍ଜୟ ଦାସବର୍ମା
ସାକ୍ଷୀଗୋପାଳ, ୦୭/୦୪/୨୦୨୪ (ଓଡ଼ିଶା ସମାଚାର)- ପୁରୀ ଲୋକସଭା ଆସନର ବିଜେଡ଼ି ସାଂସଦ ପ୍ରାର୍ଥୀ ଅରୂପ କୁମାର ପଟ୍ଟନାୟକ ଓ ସତ୍ୟବାଦୀ ଆସନର ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଆଜି ଅପରାହ୍ନରେ ସତ୍ୟବାଦୀ ଗସ୍ତରେ ଆସିଥିଲେ । ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ପଟ୍ଟନାୟିକିଆ ଛକ ନିକଟରେ ଉଭୟ ପ୍ରାର୍ଥୀଙ୍କୁ ଜୋରଦାର ସ୍ୱାଗତ ଓ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ପ୍ରାର୍ଥୀ ଦ୍ବୟଙ୍କୁ ଏକ ଖୋଲା ଜିପରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପର୍ୟ୍ୟନ୍ତ ପାଛୋଟି ଆଣିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ଉପସ୍ଥିତ ହଜାର ହଜାର ମହିଳା ହୁଳହୁଳି ପକାଇ ସ୍ୱାଗତ କରିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ପ୍ରାର୍ଥୀ ଦ୍ବୟ ପଦଯାତ୍ରାରେ ସାକ୍ଷୀଗୋପାଳ ବଜାର ପରିକ୍ରମା କରି ସାକ୍ଷୀଗୋପାଳ ମନ୍ଦିର ନିକଟରେ ପହଞ୍ଚିଥିଲେ । ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଦାସବର୍ମା ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ । ଐତିହାସିକ ପଞ୍ଚସଖାଙ୍କ ସମାଧି ପୀଠ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖସ୍ଥ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବୀର ଗୋବିନ୍ଦ ପୁରରେ ଠାକୁରାଣୀ ମା ଦକ୍ଷିଣକାଳୀଙ୍କ ପୀଠରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ରେ ଉତ୍କଳମଣିଙ୍କ ଶଠୀଘର ପରିଦର୍ଶନ କରି ଉତ୍କଳମଣିଙ୍କୁ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, କଣାସ ବ୍ଲକ ପ୍ରଭାତୀ ରାଉତ, ସତ୍ୟବାଦୀ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ରାଉତରାୟ, କଣାସ ବ୍ଲକ ବିଜେଡ଼ି ସଭାପତି ସୁରେଶ କୁମାର ସାହୁ, ସତ୍ୟବାଦୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ଭୀମସେନ ପାଇକରାୟ ମହିଳା ମହାସଂଘ ନେତ୍ରୀ କନକ ଲତା ପଣ୍ଡା ଓ ଲକ୍ଷ୍ମୀପ୍ରିୟା ଦାସ, ହରପ୍ରିୟା ବେହେରା, ସୁରେଶ କୁମାର ସାହୁ, ଦେବାଶିଷ ରାୟ, ରାମଚନ୍ଦ୍ର ମହାନ୍ତି, ପ୍ରକାଶ ପ୍ରଧାନ, କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର, ପେଣ୍ଠପଡା ସରପଞ୍ଚ ଚିନ୍ମୟ କୁମାର ରାଉତ, ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟ, ମହୁରା ସମିତି ସଭ୍ୟ ପ୍ରେମାନନ୍ଦ ବେହେରା,କଣାସ ବ୍ଲକ ପୂର୍ବତନ ସଭାପତି ସୁଶୀଲ ରାଉତ, ନରେନ୍ଦ୍ର ପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାପାତ୍ର,ସତ୍ୟବାଦୀ ବ୍ଲକ ବିଜେଡ଼ି ଯୁବ ସଭାପତି ଶରତ କୁମାର ରାଉତଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ପଟ୍ଟନାୟିକିଆ, କାଦୁଆ, ସାକ୍ଷୀଗୋପାଳ କଲେଜ ଛକ, ସାକ୍ଷୀଗୋପାଳ ବସଷ୍ଟାଣ୍ଡ, ସାକ୍ଷୀଗୋପାଳ ବଡ଼ ବଜାର ବ୍ୟବସାୟୀ ସଂଘ, ହୋତା ସାହି, ରଙ୍ଗଣୀ ସାହି, ମଠସାହି ଓ ସେବାୟତ ସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *