ୱାନ୍ ନେଶନ ୱାନ ଇଲେକ୍ସନରେ କର୍ମଶାଳାରେ ଯୋଗଦେଲେ ଭୁବନ ର ଗୁଳସନ୍ କୁମାର

ଭୁବନ,୨୩/୦୪/୨୦୨୫ (ଓଡ଼ିଶା ସମାଚାର)- ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ‘ଷ୍ଟୁଡେଣ୍ଟ ଫର୍ ୱାନ ନେସନ୍ ୱାନ ଇଲେକ୍ସନ’ କର୍ମଶାଳାରେ ଢେ଼ଙ୍କାନାଳ ଜିଲ୍ଲା ପ୍ରତିନିଧି ଭାବେ ଭୁବନ ରୁ ଗୁଲାସନ୍ କୁମାର ରାଉତ ଯୋଗଦେଇଛନ୍ତି । ଓଡ଼ିଶା ରୁ ୨୦ ଜଣ ଙ୍କ ସମେତ ସାରା ଦେଶରୁ ପ୍ରାୟ ଏକ ହଜାରରୁ ଅଧିକ ଯୁବ ଛାତ୍ର ଯୋଗଦେଇ ଥିଲେ । ‘ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ’ ବିଷୟ ଉପରେ ଆୟୋଜିତ କର୍ମଶାଳାରେ ଦେଶର ଭବିଷ୍ୟତ ତଥା ଯୁବପିଢ଼ି ଏକ ଅର୍ଥପୂର୍ଣ୍ଣ ଆଲୋଚନାରେ ଭାଗ ନେଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗ ଏବେ ଆଇନଗତ ଏବଂ ରାଜନୈତିକ ଆଲୋଚନାରୁ ଆଗକୁ ବଢ଼ି ଦେଶର ମୁଖ୍ୟ ଏଜେଣ୍ଡାର ଏକ ଅଂଶ ପାଲଟିଛି ।ଗୋଟିଏ ଦେଶ_ଗୋଟିଏ_ନିର୍ବାଚନ କେବଳ ନିର୍ବାଚନ ଖର୍ଚ୍ଚ ଏବଂ ଆଚରଣ ସଂହିତା ମଧ୍ୟରେ ସୀମିତ ବିଷୟ ନୁହେଁ ବରଂ ଏହା ଦେଶର ରାଜନୈତିକ ସ୍ଥିରତା, ସୁଶାସନ ଏବଂ ବିକାଶକୁ ଏକ ନୂତନ ଦିଗଦର୍ଶନ ଦେବାର ଏକ ମାଧ୍ୟମ। ଆଜି ସମୟ ଆସିଛି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ‘ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ’କୁ ଏକ ସାର୍ବଜନୀନ ଅଭିଯାନ, ସାର୍ବଜନୀନ ଆଲୋଚନା ଏବଂ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାର।

ଏକ_ରାଷ୍ଟ୍ର_ଏକ_ନିର୍ବାଚନ ହେଉଛି ବିକଶିତ ଭାରତର ଦୃଷ୍ଟିକୋଣର ମୂଳଦୁଆ, ଯାହା ଏକ ଶକ୍ତିଶାଳୀ ଏବଂ ସ୍ଥିର ଭାରତ ପାଇଁ ନିର୍ଣ୍ଣାୟକ ପ୍ରମାଣିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, ଶ୍ରୀ ମନସୁଖ ମାଣ୍ଡଭ୍ୟ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀ ସୁନିଲ ବଂଶଲ୍ ଯୋଗଦେଇ ସାରା ଦେଶରୁ ଆସିଥିବା ଛାତ୍ର ନେତାମାନଙ୍କୁ ସମ୍ବୋଧିତ କରିଥିଲେ।

ଯେକୌଣସି ପ୍ରମୁଖ ଜାତୀୟ ନିଷ୍ପତ୍ତିକୁ ଏକ ନିର୍ଣ୍ଣାୟକ ସ୍ତରକୁ ନେବା ପାଇଁ, ନୀତି, ଯୋଜନା, ରଣନୀତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ – ଜନଭାଗୀଦାରୀ ଆବଶ୍ୟକ। ଆଗାମୀ ସମୟରେ କିପରି ନିଜ ରାଜ୍ୟରେ ଥିବା ସ୍କୁଲ୍, କଲେଜ୍ ଏବଂ ଜନଗହଳି ସ୍ଥାନରେ ଅଭିଯାନ ଆରମ୍ଭ କରି ‘ୱାନ ନେସନ୍ ୱାନ ଇଲେକ୍ସନ’ କୁ କିପରି ଜନ ଆନ୍ଦୋଳନରେ ପରିଣତ କରାଯିବ ସେଥିପାଇଁ ଯୋଜନା ଏବଂ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *