କେନ୍ଦ୍ରାପଡ଼ା, ୦୧/୦୧/୨୦୨୪ (ଓଡ଼ିଶା ସମାଚାର)- ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୁଦ୍ଧରେ ଆଜି ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ପଂଚାୟତର ହରିଡାଦଣ୍ଡା ଗ୍ରାମର ଶ୍ରୀଚରଣ ସ୍ୱାଇଁଙ୍କ ପୁଅ କାର୍ତିକ ଚନ୍ଦ୍ର ସ୍ୱାଇଁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ଡିସେମ୍ବରମାସ ୧୦ତାରିଖ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ପୂର୍ବ ପାରିବାରିକ କଳହକୁ ନେଇ ତାଙ୍କ ପଡୋଶୀ ପ୍ରଫୁଲ୍ଲ ବେଜ ତାଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବାରେ କାର୍ତିକ ଏହାର ପ୍ରତିବାଦ କରନ୍ତେ ପ୍ରଫୁଲ୍ଲଙ୍କ ପରିବାରର ଅନ୍ୟମାନେ କାର୍ତିକକୁ ଏକ ଲୁହା ପାଇପ୍ ରେ ପିଟିଥିଲେ । ଏଥିସହିତ ତାକୁ ତଂଟିଆ ମାରି ତଳେ ପକାଇଦେଇ ବିଧା ଓ ଗୋଇଠା ପ୍ରଭୃତି ମାରିବା ସହିତ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା କାର୍ତିକ ସଦର ଥାନାରେ ସେହି ଦିନ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଏସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେ କେନ୍ଦ୍ରାପଡା ଏସଡିପିଓ ଏବଂ ପରେ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଅଦ୍ୟାବଧି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ଆଜି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲାପାଳ ଏହି ଘଟଣାରେ ତୁରନ୍ତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।
Related Posts
ସ୍ୱଚ୍ଛ ନିର୍ବାଚନ ପାଇଁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ଆବଶ୍ୟକ- ଜିଲାପାଳ
କେନ୍ଦ୍ରାପଡ଼ା, ୧୧/୯/୨୦୨୪ (ଓଡ଼ିଶା ସମାଚାର)- ଭୋଟର ତାଲିକାରେ ରହିଥିବା ତ୍ରୁଟିର ସଂଶୋଧନ ପାଇଁ ଆଜି ଜିଲା ସଂସ୍କୃତି ଭବନରେ ତିନିଦିନିଆ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ…
ଉତ୍କଳ କେଶରୀ ଡ. ମହତାବଙ୍କ କୃତି ଓ କୀର୍ତ୍ତି ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଯାପିତ
ପ୍ରଦର୍ଶନୀର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର, ୨୩/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାନ ଜନନାୟକ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳ କେଶରୀ ଡ.…
ବିଶିଷ୍ଟ ଗାନ୍ଧୀବାଦି ବ୍ୟକ୍ତି ବିଦ୍ୟାଧର ସାହୁ ଙ୍କ ପରଲୋକ
ଭୁବନ, ୨୫/୦୩/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମର ବିଶିଷ୍ଟ ଗାନ୍ଧୀବାଦି ତଥା ଧର୍ମ ପରାୟଣ ବ୍ୟକ୍ତି ବିଦ୍ୟାଧର ସାହୁ ଙ୍କ…
