କେନ୍ଦ୍ରାପଡ଼ା, ୦୧/୦୧/୨୦୨୪ (ଓଡ଼ିଶା ସମାଚାର)- ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୁଦ୍ଧରେ ଆଜି ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ପଂଚାୟତର ହରିଡାଦଣ୍ଡା ଗ୍ରାମର ଶ୍ରୀଚରଣ ସ୍ୱାଇଁଙ୍କ ପୁଅ କାର୍ତିକ ଚନ୍ଦ୍ର ସ୍ୱାଇଁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ଡିସେମ୍ବରମାସ ୧୦ତାରିଖ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ପୂର୍ବ ପାରିବାରିକ କଳହକୁ ନେଇ ତାଙ୍କ ପଡୋଶୀ ପ୍ରଫୁଲ୍ଲ ବେଜ ତାଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବାରେ କାର୍ତିକ ଏହାର ପ୍ରତିବାଦ କରନ୍ତେ ପ୍ରଫୁଲ୍ଲଙ୍କ ପରିବାରର ଅନ୍ୟମାନେ କାର୍ତିକକୁ ଏକ ଲୁହା ପାଇପ୍ ରେ ପିଟିଥିଲେ । ଏଥିସହିତ ତାକୁ ତଂଟିଆ ମାରି ତଳେ ପକାଇଦେଇ ବିଧା ଓ ଗୋଇଠା ପ୍ରଭୃତି ମାରିବା ସହିତ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା କାର୍ତିକ ସଦର ଥାନାରେ ସେହି ଦିନ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଏସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେ କେନ୍ଦ୍ରାପଡା ଏସଡିପିଓ ଏବଂ ପରେ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଅଦ୍ୟାବଧି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ଆଜି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲାପାଳ ଏହି ଘଟଣାରେ ତୁରନ୍ତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।
Related Posts
୭୮ତମ ଯାଜପୁର ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ଯାଜପୁର ୩୦/୭/୨୦୨୪ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ରେ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ ଗୃହରେ ଚଳିତ ବର୍ଷ ୭୮ତମ ଯାଜପୁର ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ…
କ୍ୟାନ୍ସର ପିଡ଼ିତ ପରୋପକାରୀ ସଂଗଠକ ମନମୋହନ ଆଖି ବୁଜିଲେ
ମାହାଙ୍ଗା, ୧୧/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କ୍ୟାନ୍ସର ରେ ଆଖି ବୁଜିଲେ ପରୋପକାରୀ ସଂଗଠକ ମନମୋହନ । ସେ ହେଉଛନ୍ତି ପରୋପକାରୀ, ମେଳାପୀ ଏବଂ…
ମଧୁସାଗର ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,୦୭/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଂଚାୟତ ବାଲିଆର ପ୍ରସିଦ୍ଧ ଦୋଳମେଲଣ ପର ମଧୁସାଗର ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ବାଲିଆସ୍ଥିତ ସାରସ୍ୱତ ମାର୍କେଟ…
