ଯାଜପୁର, ୨୨/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ଯାଜପୁର ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ନିମନ୍ତେ ଉଦ୍ଦିଷ୍ଟ ପ୍ରଚାର ରଥକୁ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଉକ୍ତ ପ୍ରଚାର ରଥ ଯାଜପୁର ଜିଲ୍ଲାର ୧୦ ଗୋଟି ବ୍ଲକରେ ଥିବା ସମସ୍ତ ପଞ୍ଚାୟତ ସମିତିରେ ପରିକ୍ରମା କରି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପଲକ୍ଷେ ଗ୍ରାମ୍ୟ ଜୀବନକୁ ବିକଶିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ମାନ ଯଥା: ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ କୃଷି ସମବାୟ ସମିତି ଗଠନ କରିବା ସହିତ ନବ ଗଠିତ ସମିତି ମାନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ, ପ୍ୟାକ୍ସ ଗୁଡ଼ିକୁ ବହୁମୁଖି କରିବା ପାଇଁ ସେମାନଙ୍କର କାର୍ଯ୍ୟର ପରିସୀମାକୁ ବୃଦ୍ଧି କରିବା ପାଇଁ ଚିରା ଚରିତ କୃଷି ଋଣ ପ୍ରଦାନ ସହିତ ଅନ୍ୟାନ୍ୟ କୃଷିଭିତ୍ତିକ ଆନୁଷଙ୍ଗିକ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହନ ଦେବା।ଜନ ସାଧାରଣଙ୍କୁ ସୁଲଭ ମୂଲ୍ୟରେ ଜୀବନ ରକ୍ଷାକାରୀ ଔଷଧ ଯୋଗାଇ ଦେବା ପାଇଁ ପ୍ୟାକ୍ସ୍ ମାନଙ୍କରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ତଥା ଉନ୍ନତ ବିହନ, ସାର, କୀଟନାଶକ ଯୋଗାଇ ଦେବା।
ଏକ କୃଷି ସମ୍ପର୍କିତ ଉପଯୋଗୀ ସୂଚନା ତଥା ମାର୍ଗଦର୍ଶନ ପାଇଁ କୃଷି ସମବାୟ ସମିତି ମାନଙ୍କରେ ପ୍ରଧାନମନ୍ତ୍ରୀ କୃଷି ସମୃଦ୍ଧି କେନ୍ଦ୍ର ସ୍ଥାପନ ରାଜ୍ୟରେ ପ୍ରତ୍ୟେକ ଉପଖଣ୍ଡରେ ଅତି କମ୍ ରେ ଗୋଟିଏ ଲେଖାଏଁ ଆଦର୍ଶ ସେବା ସମବାୟ ସମିତି ଗଠନ, ବିଶ୍ଵର ସର୍ବ ବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାରେ ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ ଗୋଦାମ ଗୃହ ନିର୍ମାଣ, ଧାନ ସଂଗ୍ରହ ପ୍ରକ୍ରିୟାକୁ ଶୃଙ୍ଖଳ, ସରଳ ତଥା କୃଷକ ଅଭିମୁଖି କରିବା ପାଇଁ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କରେ ଅତ୍ୟାଧୁନିକ ଯନ୍ତ୍ରପାତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଣ,
କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ଫସଲ ଋଣ ର ପରିମାଣ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ବୃଦ୍ଧି, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଓ ଭାଗଚାଷୀ ମାନଙ୍କ ଚାଷ କାର୍ଯ୍ୟ ନିମନ୍ତେ ଆନୁଷ୍ଠାନିକ ଋଣ ପ୍ରଦାନ ସୁବିଧା ବ୍ୟବସ୍ଥା କରିବା ପାଇଁ ସମବାୟ ସମିତିରେ ଯୁଗ୍ମଦେୟ ଗୋଷ୍ଠୀ ଗଠନ, ସମବାୟ ବ୍ୟାଙ୍କ୍ ଓ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାନଙ୍କ ଦ୍ଵାରା ମଧ୍ୟମ ଓ ଦୀର୍ଘମିଆଦୀ କୃଷି ଋଣ ଯଥା: କ୍ଷୁଦ୍ର ଜଳ ସେଚନ, ଉଦ୍ୟାନ କୃଷି, ଗୋପାଳନ, କୃଷି ଉପକରଣ ଓ ପମ୍ପସେଟ୍ କ୍ରୟ ପାଇଁ ଋଣ ପ୍ରଦାନ ଓ ମହିଳା ସଶକ୍ତିକରଣ ଲକ୍ଷ୍ୟ ନେଇ ପ୍ୟାକ୍ସ୍ ରେ WSH ଗଠନକୁ ପ୍ରାଥମିକତା ଦେବା ଆଦି ପ୍ରଚାର ପ୍ରସାର କରାଯିବ।
ଉକ୍ତ ପ୍ରଚାର ରଥ ଶୁଭ ଉଦ୍ଘାଟନ ସମୟରେ ବରିଷ୍ଠ ସରକାରୀ ନିବନ୍ଧକ ଶ୍ରୀ ଅମୂଲ୍ୟ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଏ. ଆର. ସି ଏସ ଶ୍ରୀ ଦେବେନ୍ଦ୍ର ନାୟକ, ଶ୍ରୀ ମନମୋହନ ରାଉତ, ଶ୍ରୀମତୀ ନିବେଦିତା ସାମଲ, ଶ୍ରୀ ଅତସୀ କୁସୁମମାଳା, ଶ୍ରୀମତୀ ସୁବନିତା ରାୟ, ଶ୍ରୀ ଅଲେଖ ପ୍ରସାଦ ସାହୁ, ଶ୍ରୀ ପ୍ରଭାତ କୁସୁମ ବାରିକ, ଶ୍ରୀ ପ୍ରଶାନ୍ତ କର, ଶ୍ରୀ ରାଜୀବ ଲୋଚନ ପଣ୍ଡା ଓ କର୍ମଚାରୀ ଶ୍ରୀ ନାରାୟଣ ସାହୁ ଉପସ୍ଥିତ ଥିଲେ।