ଶିକାରୀଙ୍କ ଗୁଳିମାଡ଼ରେ ଫରେଷ୍ଟର ନିହତ – ୩୦ଲକ୍ଷଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତିନିମାସରେ ଗଡ଼ିଲା ତିନି ମୁଣ୍ଡ

ହିନ୍ଦୋଳ,୨୪/୦୫/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ପୁଣି ଫୁଟିଛି ବନ୍ଧୁକ । ଏଥର ଲକ୍ଷରେ ସରକାରୀ ଅଧିକାରୀ। ଖବରରୁ ପ୍ରକାଶ ହିନ୍ଦୋଳ ବନାଞ୍ଚଳରେ ଜଙ୍ଗଲଦସ୍ୟୁ ତଥା ଅପରାଧୀମାନଙ୍କୁ ଦୃଢ଼ହସ୍ତରେ ଦମନକରିବାକୁ ଅଣ୍ଟାଭିଡ଼ିଥିବା ରେଞ୍ଜର ଗୌତମ ପ୍ରଧାନଙ୍କ ନିର୍ଦେଶକ୍ରମେ ଜଙ୍ଗଲଜନ୍ତୁ ଶିକାରକରିବାକୁ ଯୋଜନା ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଫରେଷ୍ଟର ପ୍ରଲ୍ହାଦ ପ୍ରଧାନ ସଦଳେବେଳେ ଗତକାଲି ବିଳମ୍ବିତରାତି ୧୧ରୁ ୧୨ଟା ସମୟରେ ହିନ୍ଦୋଳ ବନାଞ୍ଚଳ ଓ ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନଏସି ୱାର୍ଡନଂ୧୪ଅନ୍ତର୍ଗତ କଇ ଜଙ୍ଗଲ ମଝିରେ ଥିବା ଏକ ବଗିଚା ଘରକୁ ଘେରାଉ କରିଥିଲେ ।

ସେଠାରେ ବନ୍ଧୁକ ସହ ଥିବା କିଛି କୁଖ୍ୟାତ ଜଙ୍ଗଲଜନ୍ତୁ ଶିକାରୀଙ୍କୁ କାବୁ କରିବାବେଳେ ଜଣେ ଶିକାରୀ ଗୁଳି ମାଡ କରିବାରୁ ଫରେଷ୍ଟର ପ୍ରଲ୍ହାଦ ପ୍ରଧାନ ଗୁରୁତର ଆହତ ହୋଇଥିଲେ ।ସେଠାରୁ ଚାରିଜଣ ଶିକାରୀଙ୍କୁ ବନବିଭାଗ କର୍ମଚାରୀମାନେ କାବୁ କରିବାସହ ତୁରନ୍ତ ଗୁରୁତର ଫରେଷ୍ଟର ପ୍ରଲ୍ହାଦଙ୍କୁ ପ୍ରଥମେ ହିନ୍ଦୋଳ ମେଡିକାଲ ଏବଂ ତୁରନ୍ତ ଡାକ୍ତରପରାମର୍ଶରେ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ ନେଇଥିଲେ ।

ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖୋଦ ଢେଙ୍କାନାଳ ଏସପି, ହିନ୍ଦୋଳ ଏସ୍ଡ଼ିପିଓ ଓ ହିନ୍ଦୋଳ ଥାନା ଅଧିକାରିଣୀ ସଦଳବଳେ ଘଟଣସ୍ଥଳରେ ଉପସ୍ଥିତ ରହି ଜଙ୍ଗଲବିଭାଗ ଅଧିକାରୀଙ୍କ ସହ ମିଶି ଛାନଭିନ କରୁଥିବାସହ ଆଜି ସକାଳେ ହିନ୍ଦୋଳ ପୋଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ସାଇଣ୍ଟିଫିକଟିମ ସନ୍ଧନୀ କୁକୁର ସହାୟତାରେ ଘଟଣାର ଛାନଭିନ ଚଳାଇଛନ୍ତି। ଏହି ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବାସହ ୩୦ଲକ୍ଷଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *