ପାଟକୁରା ନାଗରିକ ସମାଜ ପକ୍ଷରୁ ପାଟକୁରା ର ୩ ଡ଼ାକ୍ତରଙ୍କୁ ସମ୍ବର୍ଦ୍ଧନା

ଗରଦପୁର, ୦୧/୦୧/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ଲୋକଙ୍କ ପ୍ରତି ନିଷ୍ଠାପର ଭାବରେ ସମର୍ପିତ ସ୍ୱାସ୍ଥ୍ୟ ସେବା ଦୀର୍ଘ ଦିନ ଧରି ଯୋଗାଇ ଦେଉଥିବାରୁ ପାଟକୁରା ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ରର ୩ ଜଣ ବିଶେଷଜ୍ଞ ଡ଼ାକ୍ତର ପାଟକୁରା ଅଂଚଳରେ ବେଶ୍ ଚର୍ଚିତ ଓ ପରିଚିତ । ସେମାନେ ହେଲେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗି, ଶିଶୁ ରୋଗ ବିଶେଷଜ୍ଞ ଡ଼ ପ୍ରଶାନ୍ତ କୁମାର ଜେନା ଓ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ନୀରଂଜନ କର । ଅଂଚଳ ର ଅଗ୍ରଣୀ ସାମାଜୀକ ଅନୁଷ୍ଠାନ ପାଟକୁରା ନାଗରିକ ସମାଜ ପକ୍ଷରୁ ଏହାର କର୍ମକର୍ତାମାନେ ଡ଼ାକ୍ତର ମାନଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସ୍ୱାସ୍ଥ୍ୟ ସେବା ପାଇଁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପାଟକୁରା ନାଗରିକ ସମାଜର ସଭାପତି ସାମ୍ବାଦିକ ନବଘନ ନାୟକ, ଆବାହକ ନରୋତମ ପରିଡ଼ା ଙ୍କ ସମେତ ଯୋଗ ଗୁରୁ ଦେବ କୁମାର ପାଣି, ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗୀତିକବି କୁଂଜ ବିହାରୀ ପାଣି , ଶିକ୍ଷକ ଗୌରାଙ୍ଗ ଚରଣ ରଥ , ଓପୋଲଫେଡ଼ ନିର୍ଦ୍ଧେଶକ ଘନଶ୍ୟାମ କାପ , ସୁଧାଂଶୁ ଭୁଷଣ ପରିଡ଼ା ଓ ହିରଣ୍ୟ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *