ନିଆଳୀ ୩୧/୭/୨୦୨୪ (ଓଡ଼ିଶା ସମାଚାର)-ନିଆଳୀ ବ୍ଲକ ଅନ୍ତର୍ଗତ କସର୍ଦା ପଞ୍ଚାୟତ ବୋତାଖାଲ ଗ୍ରାମରେ ଦୀର୍ଘଦିନ ଧରି ରହିଆସୁଥିବା ଏକ ବୃଷଭର ବାମ ଆଖି କୌଣସି କାରଣରୁ ଆଘାତ ପାଇ କଷ୍ଟ ଭୋଗୁଥିବା କାରଣରୁ ବୋତାଖାଲ ଗ୍ରାମର ବାସିନ୍ଦା ସ୍ଥାନୀୟ ପଶୁଧନ ନିରୀକ୍ଷକ ଶ୍ରୀଯୁକ୍ତ ନାରାୟଣ ଦଲାଲଙ୍କ ସଂପୂର୍ଣ୍ଣ ସହଯୋଗରେ ଚିକିତ୍ସା କରାଇଥିଲେ. । ସମସ୍ତ ପଶୁମାନଙ୍କର ଚିକିତ୍ସା କରିବା ମୋର କର୍ତ୍ତବ୍ୟ ହୋଇଥିଲା ବେଳେ ପବିତ୍ର ଶ୍ରାବଣ ମାସରେ ଭଗବାନ ଶିବଙ୍କର ବାହାନ ବୃଷଭକୁ ହୃଦୟର ସହିତ ସେବାକରି ଯଥା ସମ୍ଭବ ଔଷଧ ଦେଇ ଯଥାଶିଘ୍ର ଆରୋଗ୍ୟ ଲାଭ ହେବା ପାଇଁ ଇଶ୍ୱରଙ୍କୁ ପ୍ରାଥନା କରି ଆତ୍ମତୃପ୍ତି ଲାଭକରିଛି ବୋଲି ଶ୍ରୀଯୁକ୍ତ ପଶୁଧନ ନିରୀକ୍ଷକ ନାରାୟଣ ଦଲାଲ କହିଛନ୍ତି ।ଏହି ସମୟରେ ଭାରତୀୟ ଜନତା ପାର୍ଟିର ଯୁବନେତା ସୂର୍ଯ୍ୟକାନ୍ତ ମଲ୍ଲିକ,ଅଚ୍ୟୁତ ବେହେରା,ଚନ୍ଦ୍ର ଶେଖର ଦାସ,କାଳନ୍ଦି ବେହେରା,ସୁଧାଶୁଂ ମଲ୍ଲିକ,ସୌଭାଗ୍ୟ ମଲ୍ଲିକ,ଖତୁ ଭାଇନା,ବଳିଆ ମଲ୍ଲିକ,ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା କାର୍ଯ୍ୟରେ ସହଯୋଗ କରିଥିଲେ. । ଏହିଭଳି କାର୍ଯ୍ୟକୁ ବିଭିନ୍ନ ବୁଦ୍ଧିଜିବି,ଗ୍ରାମବାସୀ ତଥା କସର୍ଦା ସରପଞ୍ଚ ସୁରେଶ ପଟନାୟକ, ଗ୍ରାମୀଣ ସେବକ ସମାଜର ଅଧ୍ୟକ୍ଷ ସନ୍ତୋଷ ମାଝୀ,ସମାଜସେବୀ ଦ୍ୱିଜବର ମହାପାତ୍ର, ଜିଏସ ଏସ ସଭାପତି ପ୍ରସନ୍ନ ପାତ୍ର,ବିଜେପି ନେତା ଶଶିକାନ୍ତ ଲେଙ୍କା(ଆଲୋକ) ବରିଷଣର ବିଜେପି ଯୁବନେତା ଜ୍ୟୋତି ରଂଜନ ମହାନ୍ତି (ଫଣ୍ଟୁ)ପ୍ରମୁଖ ପ୍ରଶଂସା କରିଛନ୍ତି ।
ଶ୍ରାବଣ ମାସରେ ବୃଷଭଙ୍କ ସେବା କରି ପ୍ରଶଂସା ସାଉଁଟିଲେ ନାରାୟଣ
