ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି ଏବଂ ଏସ୍.ଏ କଲିମଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର,୨୧/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସତ୍ୟନୀଷ୍ଠ, ନିର୍ଭୀକ, ସଚ୍ଚୋଟ ତଥା ଉତ୍ସର୍ଗୀକୃତ ସାମ୍ବାଦିକ ଭାବେ ସାରା ଓଡ଼ିଶାରେ ସୁପରିଚିତ ଦୁଇ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି ଏବଂ ଏସ୍.ଏ କଲିମଙ୍କ ବିୟୋଗରେ ସୋମବାର ଅପରାହ୍ନରେ ଲୋକସେବା ଭବନସ୍ଥିତ ପ୍ରେସ୍ ଲାଉଞ୍ଜ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଶୋକସଭାରେ ସ୍ୱର୍ଗତ ଦୁଇ ସାମ୍ବାଦିକଙ୍କର ସାମ୍ବାଦିକତା କ୍ଷେତ୍ର ପ୍ରତି ସେମାନଙ୍କର ଅବଦାନ ଉପରେ ଆଲୋକପାତ କରାଯିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ଶ୍ର୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଶେଷକରି ରତିକାନ୍ତ ମହାନ୍ତିଙ୍କର ନିଷ୍ଠାପର ସାମ୍ବାଦିକତା ଏବଂ ବିଧାନସଭା ବିବରଣୀ ପ୍ରସ୍ତୁତିରେ ଉଲ୍ଲେଖନୀୟ ରିପୋର୍ଟିଂକୁ ଆଜି ମଧ୍ୟ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ବେଳେ ସ୍ୱର୍ଗତ କଲିମଙ୍କ ଜ୍ଞାନଦୀପକ ଲେଖାମାନର ଗ୍ରହଣୀୟତା ସମ୍ପର୍କରେ ବରିଷ୍ଠ ସାମ୍ବାଦିକମାନେ ଆଲୋକପାତ କରିଥିଲେ ।

ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ହଳଧର ଧୀର, ବାଉରୀବନ୍ଧୁ ମହାରଣା, ବିପିନ ସିଂ, ବିବେକାନନ୍ଦ ଜେନା, ବିଜୟ କୁମାର ପଣ୍ଡା, ପାର୍ଥସାରଥୀ ଜେନା, ସନତ ମିଶ୍ର, ବିଭୂତି ଭୂଷଣ କର, ଦେବକାନ୍ତ ମହାପାତ୍ର, ମାଧବାନନ୍ଦ ବେହୁରା, ରମେଶ ଚନ୍ଦ୍ର ସ୍ୱାଇଁ, କିଶୋର ମଙ୍ଗରାଜ, ମହେଶ୍ୱର ରଥ, ସର୍ବେଶ୍ୱର ବର୍ଦ୍ଧନ, ବଳରାମ ପ୍ରସାଦ ନନ୍ଦ, ପ୍ରିୟରଞ୍ଜନ ସାହୁ, ହୃଷିକେଶ ଗୌଡ଼, ଅବିନାଶ ମିଶ୍ର, ଗିରିଧାରୀଲାଲ ଷଡ଼ଙ୍ଗୀ, ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସଞ୍ଜୟ ପ୍ରଧାନ, ସନାତନ ଦଳବେହେରା ପ୍ରମୁଖ ଯୋଗଦେଇ ଦୁଇ ଦିବଂଗତ ସାମ୍ବାଦିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *