ଗଣେଶ ପ୍ରସାଦ ଦାଶ ସୂର୍ଯ୍ୟ ଗୁରୁକୁଳ ଦ୍ଵାରା ସମ୍ମାନିତ

ଫୁଲନଖରା, ୦୯/୧୦/୨୦୨୪ (ଓଡ଼ିଶା ସମାଚାର)-କଟକ ସଦର ଥାନା ଅନ୍ତର୍ଗତ ଗୁଆଳି ସ୍ଥିତ ସୂର୍ଯ୍ୟ ଗୁରୁକୁଳ ଦ୍ଵାରା ପବିତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ଅବସରରେ ଗୁରୁକୁଳ ପ୍ରତିଷ୍ଠାତା ଗାୟକ ଆହ୍ଳାଦ ସୁରେନ୍ଦ୍ର ନାଥ ଛୋଟରାୟଙ୍କ ଉପସ୍ଥିତିରେ ସହଯୋଗ ଓଡ଼ିଶା ସଭାପତି ଗଣେଶ ପ୍ରସାଦ ଦାଶଙ୍କୁ ସମ୍ମାନିତ କରାଯାଇଛି । ଫୁଲନଖରା ସ୍ଥିତ ଲକ୍ଷେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ଉତ୍କଳମଣିଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ହିସାବରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ମୁଖ୍ୟବକ୍ତା ଭାବରେ  ପୁର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ସମ୍ମାନିତ ଅତିଥି ଗୁରୁକୁଳ ଉପଦେଷ୍ଟା ଇଞ୍ଜିନିୟର ଶ୍ରୀ ସନ୍ୟାସୀ ଜୀ,ଗାୟକ ଜ୍ଞାନବାରିଧି ଉଲାଶ ଚନ୍ଦ୍ର ଷଡଙ୍ଗୀ,ଶିକ୍ଷାବିତ୍ ଶରତ କୁମାର ରଥ,କଟକ ଜିଲ୍ଲା ବିଜେପି ସଭାପତି ସ୍ଵାଧୀନ ଚେତା ମହାନ୍ତି ପ୍ରମୁଖ ଯୋଗ ଦେଇ ଗଣେଶ ପ୍ରସାଦ ଦାଶଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହିତ ତାଙ୍କର ନିରବଚ୍ଛିନ୍ନ ସମାଜ ସେବା ପାଇଁ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *