ଜୁନାଗଡ଼ ୩୧/୧୦/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସହିଦ ରେଣ୍ଡୋ ମାଝି ସଂସ୍କୃତି ଭବନ ଠାରେ ଗୁରୁବାର ଦିନ ଜୁନାଗଡ଼ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଥାନା ଅଧିକାରୀ ଶେଷଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ସାଇବର ସୁରକ୍ଷା ସବଇନ୍ସପେକ୍ଟର ସର୍ବେଶ୍ୱର ସାମନ୍ତରାୟ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପାତ୍ର , ସବ ଇନ୍ସପେକ୍ଟର ପୂର୍ଣ ଦାସ ,ସୋନା ଲିସା ବିଶ୍ୱାଳ ,ଉତକେଲା ଫାଣ୍ଡି ଅଧିକାରୀ ଅନୁପ କୁମାର ଶତପଥୀ ,ଏଏସଅଇ ସ୍ମିତା ମାଝି ପ୍ରମୁଖ ଯୋଗଦାନ କରିଥିଲେ ।
ଏଥିରେ ଏଏସଅଇ ଅନୁପ ଶତପଥୀ ଦୀର୍ଘ ସମୟ ଧରି ସାଇବର ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଜନସଧାରଣଙ୍କୁ ବିସ୍ତୃତ ଭାବରେ ମାର୍ଗ ଦର୍ଶନ କରିଥିଲେ ।ବିଶେଷ କରି ଅନ ଲାଇନ କ୍ରୟ ବିକ୍ରୟ ଠକେଇ ,ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ ସତର୍କତା ଏବଂ ଅନଲାଇନ ସପିଂ ରେ ସତର୍କତା ଭଳି ଅନେକ ବିଷୟରେ ନିଜକୁ କିପରି ସତର୍କତା ରକ୍ଷା କରିପାରିବେ ସେ ନେଇ ବହୁତ ସୁନ୍ଦର ଭାବରେ ବୁଝାଇଥିଲେ ।
ଏପରିକି ଶ୍ରୀ ଶତପଥୀ ଉପସ୍ଥିତ ଜନସାଧାରଣଙ୍କୁ ମ୍ୟାଜିକ ସୋ ପ୍ରଦର୍ଶନ କରିଥିଲେ ।ଯାହାକି ଲୋକଙ୍କ ମନକୁ ଝୁଇଥିଲା । ପରେ ଲୋକଙ୍କୁ ଆକୃଷ୍ଟ କରିବା ପାଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଘୁମୁରା ଧରି ଆଇବୁ ବାର।ତି ଗୀତ ଦୁଇ ଜଣ କଣ୍ଠ ଶିଳ୍ପୀ ବହୁତ ସୁନ୍ଦର ଭାବରେ ପରିବେଷଣ କରିଥିଲେ ।ଯାହାକି ଲୋକେ ଭରପୁର ମଜା ନେଇଥିଲେ ।କାର୍ଯ୍ୟକ୍ରମରେ ଜୁନାଗଡ଼ର ଶତାଧିକ ମହିଳା ,ପୁରୁଷ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ ଚିଲିଗୁଡା ଫାଣ୍ଡି ଅଧିକାରୀ ମିନ ରାଓ ଶବର ,ଏ ଏସ ଆଇ ମକର ବିଷୋୟୀ ଏବଂ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ ।
