ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ – –  କେନ୍ଦ୍ରାପଡାର ବିଶିଷ୍ଟ ବ୍ୟକ୍ତିବିଶେଷ ସମ୍ମାନିତ

କେନ୍ଦ୍ରାପଡ଼ା,୨୧/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ସାହିତ୍ୟ, ସଂସ୍କୃତି ଓ ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟବ୍ୟକ୍ତିମାନଙ୍କୁ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହରେ ସମ୍ମାନିତ କରାଯାଇଛି ।

ଏହି ଉପଲକ୍ଷେ ରାଷ୍ଟ୍ରୀୟ ପୂଜ୍ୟପୂଜା ପରିଷଦ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ସଭାପତି ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ପୋଲିସ ଆଇ.ଜି. ରାଜକିଶୋର ଦାଶ ମୁଖ୍ୟଅତିଥି, ବିଶିଷ୍ଟ ସାରସ୍ୱତ ସାଧକ ଡ. ବାବାଜୀ ଚରଣ ପଟ୍ଟନାୟକ ବରେଣ୍ୟ ଅତିଥି, ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ ମୁଖ୍ୟବକ୍ତା ଓ ସଂସଦର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଅତିଥିମାନେ କେନ୍ଦ୍ରାପଡା ଜିଲାର କେଶପୁର ଗ୍ରାମର ନବକିଶୋର ଦାସ, ଡେରାବିଶ ଅଂଚଳର ପ୍ରଫେସର ଗୋଲେଖ ମହାଭୋଇ, ଅମୃତମଣୋହୀର ଜଗନ୍ନାଥ ଦାସ, ଆଳିର ଡ. ଅବକାଶ ଯାଦବ, କଣ୍ଡିଆର ଯତୀନ ପାଣ୍ଡବ, ଦେଉଳତରାର ମହେଶ୍ୱର ଦାସ, ମିର୍ଜାପୁରର ଗାୟତ୍ରୀ ଦାସ, ବାଲିସାହିର ପଂଚାନନ ଦାସ, ସାତଘରିଆର ମନୋଜ କୁମାର ପରିଡା, ଅଳପୁଆର ଦିଲ୍ଲିପ କୁମାର ବିଶ୍ୱାଳ ଏବଂ କାଟଣାର କେଶବାନନ୍ଦ ବାରିକ ପ୍ରମୁଖଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *