ଭୁବନେଶ୍ୱର,୨୧/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସି ପି ଆଇ ନେତା, ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ଦେହାନ୍ତ ଘଟିଛି । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଧାୟକ ଗଣେଶ୍ୱର ବେହେରା, ସିପିଏମ ନେତା ଜନାର୍ଦ୍ଦନ ପତିଙ୍କ ସମେତ ବହୁ ରାଜନେତା ସିପିଆଇ ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସ୍ବର୍ଗତ ନାୟକଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପରେ, ନାୟକଙ୍କ ମୃତ ଶରୀର ତାଙ୍କ ପୈତୃକ ଗ୍ରାମ ଭଦ୍ରକ ଜିଲ୍ଲାର ଷେଣ୍ଢଛିତିରା ଗ୍ରାମକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ନାୟକ ସିପିଆଇ ଛାତ୍ର ଶାଖା ଏଆଇଏସଏଫରୁ ଛାତ୍ର ନେତା ଭାବେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ସି ପି ଆଇ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ରହିଥିଲେ । ଦଳ ଦ୍ଵାରା ପ୍ରକାଶିତ ମୁଖପାତ୍ର ନୂଆ ଦୁନିଆର ଦିବାକର ସମ୍ପାଦକ ଥିଲେ ।
