କଟକ ସଦର , ୦୪/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା ଦଧିବାମନପୁର ଠାରେ ୧୯୬୨ ମସିହାରେ ଗଢ଼ିଉଠିଥିବା ଏସିଆର ବୃହତ୍ତମ ତଥା ୩ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଆଳୁ ଉତ୍ପାଦନକାରୀ ଓ ବାଣିଜ୍ୟିକ ଶୀତଳ ଭଣ୍ଡାର ଟି ପୁରୁଣା ଯନ୍ତ୍ରପାତି, ଆବଶ୍ୟକ ପଣ୍ୟ ଦ୍ରବ୍ୟର ଅଭାବ, ଅତ୍ୟଧିକ ବିଦ୍ୟୁତ ଶୁକ୍ଲ ବୃଦ୍ଧି ଆଦି ବିଭିନ୍ନ ପ୍ରତିକୂଳ କାରଣ ଯୋଗୁଁ ଆଜକୁ ୨୫ ବର୍ଷରୁ ଉର୍ଦ୍ଧ୍ବ ହେବ ୧୯୯୯ ମସିହାରୁ ଅଚଳ ହୋଇ ଭୁତକୋଠୀ ହୋଇ ପଡ଼ିରହିଛି। ଯାହା ଫଳରେ କୃଷି ପ୍ରଧାନ ଅଞ୍ଚଳ ଭାବେ ବିଶେଷ କରି ଆଳୁ ଚାଷୀମାନେ ଶୀତଳଭଣ୍ଡାର ନଥିବାରୁ ପ୍ରତିବର୍ଷ ଅହେତୁକ କ୍ଷତି ସହି ଆସୁଥିବା ଅଭିଯୋଗ ହୋଇଆସୁଛି। ଏହାକୁ ଦୃଷ୍ଟିରେ ରଖି ଏଵଂ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଉକ୍ତ ଶୀତଳ ଭଣ୍ଡାର କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଆଜି ବୁଧବାର ଦିନ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ କୃଷିମନ୍ତ୍ରୀ ଙ୍କୁ ବିଧାନସଭାରେ ପ୍ରଶ୍ନ ପଚାରିଥିବା ଜଣାପଡିଛି। ଖୁବ୍ ଶୀଘ୍ର ପିପିପି ମାଧ୍ୟମରେ ଉକ୍ତ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରାଯିବ ବୋଲି ବିଧାୟକ ଇଂ ସେଠୀ ଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ଵଳସାମନ୍ତ କହିଛନ୍ତି।ଏହା ଜଣାପଡିବା ପରେ ୪୨ ମୈ।ଜା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଵା ବେଳେ ବିଧାୟକଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି।ଏହା କାର୍ଯ୍ୟକ୍ଷମ ହେଲେ ୪୨ ମୈ।ଜା ସମେତ ଏହାର ଆଖପାଖ ଅଞ୍ଚଳର କୃଷକ ମାନଙ୍କ ଉତ୍ପାଦିତ ପଦାର୍ଥ ଠିକ୍ ସ୍ଥାନରେ ଭଣ୍ଡାର ହୋଇ ପୂର୍ଣ୍ଣ ଦିଗରେ ବିକ୍ରୟ ହେବା ପାଇଁ ମହତ୍ତ୍ୱ ବହନ କରିବ ବୋଲି ଜଣାଯାଇଛି।
ସମବାୟ ମନ୍ତ୍ରୀ ଙ୍କ ଉତ୍ତର, ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ୪୨ ମୈ।ଜାର ଶୀତଳ ଭଣ୍ଡାର, ବିଧାୟକଙ୍କୁ ସାଧୁବାଦ
