କଲ୍ୟାଣପୁର ବଜାର କମିଟି ପକ୍ଷରୁ ଗଣକବି ଜୟନ୍ତୀ

ମାହାଙ୍ଗା, ୨୧/୧୧/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )ଓଡିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ବନ୍ଦୀ ସ୍ରଷ୍ଠା ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉତ୍ସବ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ବଜାର କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସପ୍ତାହବ୍ୟାପୀ ଶ୍ରୀଶ୍ରୀ କାର୍ତ୍ତିକେଶ୍ୱର ପୂଜା ଅବସରରେ ସ୍ଥାନୀୟ ବଜାର କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଶେଷରେ ଉଦଯାପନୀ ଉତ୍ସବରେ ଗଣକବିଙ୍କ ଜୟନ୍ତୀ ପାଳିତ ହୋଇଥିଲା । ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ “ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ” କୁହୁଣ୍ଡାର କଳାକାର ମାନେ ଗଣକବିଙ୍କ ବିରଚିତ “ଦାନବୀର ସୁରସେନ” ଗୀତିନାଟ୍ୟ ମଞ୍ଚସ୍ଥ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାରସ୍ୱତ ସଭାରେ କମିଟିର ସଭାପତି ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସମାଜସେବୀ ରବୀନ୍ଦ୍ର ନାଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୂଜକ ଅନନ୍ତ ଚରଣ ପଣ୍ଡା,କମିଟିର ଉପ-ସଭାପତି ସେକ ଅଫସର ତୁଲ୍ଲା,ଶିକ୍ଷାବିତ ନଗେନ ବେହୁରା,କମିଟିର ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଗଣକବିଙ୍କ କାଳଜୟୀ ସୃଷ୍ଟି ସମ୍ଭାର ଏ ଜାତିର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ ।  କୁହୁଣ୍ଡା ଗ୍ରାମର ମୁରବୀ ଶତାୟୁ ପୁରୁଷ ସୁନାକାର ବେହେରା, ଦ୍ବି୍ପାଞ୍ଚଳର ଆଦର୍ଶ କୃଷକ ନୃସିଂହ ଚରଣ ସାମଲ, ସଂକୀର୍ତ୍ତନ ପ୍ରେମୀ ଗୋବିନ୍ଦ ଚନ୍ଦ୍ର ଦାସ,ଯୁବ ଅଭିନେତା ଅଚ୍ୟୁତାନନ୍ଦ ପଣ୍ଡା, ଯୁବ ବାଦ୍ୟକାର ଦୀପକ ପଲେଇ,ଯୁବ ସାଂସ୍କୃତିକ ସଂଗଠକ ବିଭୂତି ଭୂଷଣ ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କଲ୍ୟାଣପୁର ଗ୍ରାମର କିଶୋର କଳାକାର ମାନେ ଲଉଡ଼ି ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲଛମନ ସିହ୍ନା, ପ୍ରକାଶ ବେହେରା, ରବୀନ୍ଦ୍ର ପୃଷ୍ଟି, ତ୍ରିଲୋଚନ ସାହୁ,ଭାରତ ଭୂଷଣ ଦାସ,ପରମାନନ୍ଦ ସାହୁ, ବଳରାମ ସାହୁ, କୈଶୋର ଦାସ, ଭାଗ୍ୟଧର ସାହୁ, ଗୌରାଙ୍ଗ ସାହୁ, ଶରତ ବେହେରା,ଅଶୋକ ବେହେରା, ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *