କଟକ ସଦର, ୨୦/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୁଦାମଵତୀ ବିଜେପି ମଣ୍ଡଳର ଈଶାଣୀଵ୍ରହ୍ମପୁର ହାଇସ୍କୁଲ ପଡ଼ିଆ ଠାରେ ଆଜି ରବିବାର ସଂଧ୍ୟାରେ ଏକ ସକ୍ରିୟ ସଦସ୍ୟତା ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ ଙ୍କ ପୈ।ରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଡଵଲ ଇଂଜିନ ସରକାର ର ଗତିଶୀଳ ପାଇଁ ତୃଣମୂଳ ସ୍ତରର ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ମାନଙ୍କର ଗୁରୁଦାୟିତ୍ଵ ରହିଛି ବୋଲି କହିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ରଶ୍ମୀ ରେଖା ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,ସାଧୁ ଜେନା, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କନ୍ଦରପୁର ମଣ୍ଡଳ ସଭାପତି ନିରଞ୍ଜନ ରାଉଳ, ନେମାଳ ମଣ୍ଡଳ ସଭାପତି ମୀନକେତନ ମହାନ୍ତି, କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କ ସମେତ ବହୁ ନେତୃମଣ୍ଡଳୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଈଶାଣୀଵ୍ରହ୍ମପୁର ପଞ୍ଚାୟତ ର ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀ ସହାୟତା ପ୍ରଦାନ କରିଥିଲେ।
