ନିଳକଣ୍ଠ ମନ୍ଦିର ଜମି ହଡ଼ପ ପ୍ରତିବାଦରେ ଅଞ୍ଚଳବାସୀଙ୍କ ମେଳି

କଟକ ସଦର , ୨୦/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସମୈ।ଜା ର ପ୍ରସିଦ୍ଧ ଶୈବପୀଠ ନିଳକଣ୍ଠ ମନ୍ଦିର ର ଜମି କୁ ମାର୍ଫତଦାର ଥିବା ସେବାୟତ ମାନେ ଚଞ୍ଚକତା କରି ନିଜ ନାମରେ ଦରଜ କରିନେଇ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଥିଲା ବେଳେ ଏହାର ପ୍ରତିବାଦରେ ଅଞ୍ଚଳବାସୀ ମେଳି ହେଉଥିବା ଜଣାପଡିଛି।

ଏଥିପାଇଁ ଆଜି ରବିବାର ଦିନ ବରାଳ ନାରାୟଣୀ ମନ୍ଦିର ପରିସରରେ କୁଳସରିଚୁଆଁ ସରପଂଚ ବନମାଳି ବିହାରୀ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମିତି ସଭ୍ୟ ଦିଲ୍ଲିପ ବିହାରୀ,ଯଜ୍ଞ କମିଟି ସଭାପତି ଗୁଣ୍ଡୁଚି ସାମଲ, ଯାତ୍ରା କମିଟି ସଭାପତି ଭାଗ୍ୟଧର ରାଉଳ,ଶିଵ ବିବାହ କମିଟି ସଭାପତି ରଂଜିତ ମହାନ୍ତି,ଶ୍ରୀ ଶ୍ରୀ ନିଳକଣ୍ଠ ନାଥ ବିକାଶ ପରିଷଦ ସଭାପତି ଚିତ୍ତରଞ୍ଜନ ଵେଉରା, ସଂପାଦକ ଅଭୟ ଶତପଥୀ, ବରିଷ୍ଠ ମୁରଵୀ ଜଗଦୀଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଉକ୍ତ ସମ୍ବେଦନଶୀଳ ଘଟଣା ର କଡ଼ା ମୁକାବିଲା କରାଯିବ ବୋଲି ଅଭିଭାଷଣ ରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ବେଉରା,ଅଜୟ ଜେନା, ସୁରେଶ ପ୍ରଧାନ, ସୁଶାନ୍ତ ସାହୁ,ଶ୍ରୀଧର ମହାନ୍ତି, ସୁକାନ୍ତ ଵେଉରା ପ୍ରମୁଖ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *