ନଟରାଜ କଳା ବିକାଶ କେନ୍ଦ୍ର ଉଦଘାଟିତ

ଭୁବନ ୨୦/୦୪/୨୦୨୫ (ଓଡ଼ିଶା ସମାଚାର)-ଭୁବନ କାଳୀ ବଜାର ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ପଛ ପାର୍ଶ୍ଵରେ ନଟରାଜ କଳା ବିକାଶ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷ କମଳ ଲୋଚନ ମହାରଣା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡିଆ ଚଳଚ୍ଚିତ୍ର ନିର୍ଦେଶକ ଦେବଜ୍ୟୋତି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଂଘ ସଂପାଦକ ସୁଶାନ୍ତ କୁମାର ପୋଥାଳ,କାର୍ଯ୍ୟକାରୀ ସଭାପତି ରବିନ ଦାସ,ସମାଜସେବୀ ଲଳିତ କୁମାର ବେହେରା, ସନାତନ ପାତ୍ର,ନିରଞ୍ଜନ ଗୁରୁ, ଶିବଦତ୍ତ ବିଶ୍ଵକର୍ମା ,ଜୟନ୍ତୀ ପୃଷ୍ଟି ଓ ଡାନ୍ସ କୋରିଓଗ୍ରାଫର ପ୍ରିୟଦର୍ଶିନୀ ସାହୁ ଯୋଗଦେଇଥିଲେ। ଏହି କେନ୍ଦ୍ରରେ ନୃତ୍ୟ,ସଙ୍ଗୀତ,ଚିତ୍ରକଳା ଶିକ୍ଷା ଦିଆଯିବ ବୋଲି ସୂଚନା ଦିଆ ଯାଇଥିଲା। ଏଥିରେ ମହିମା, ରୋଜାଲିନ, ପ୍ରାଚୀ, ଜ୍ୟୋତି , ମୋନାଲିସା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *