ସ୍ବେଛାସେବୀ ସଂଗଠନ ଏଟିଏଚ ରକ୍ସ ପରିବାର ପକ୍ଷରୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ

ନିମାପଡ଼ା,୨୦/୦୪/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରୀଣ ସ୍ବେଛାସେବୀ ସଂଗଠନ ଏଟିଏଚ ରକ୍ସ ପରିବାର ପକ୍ଷରୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଶଯ୍ୟାରେ ପଞ୍ଜିକୃତ ହୋଇଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଫଳ ବଣ୍ଟା ଯାଇଥିଲା।

ପ୍ରତ୍ୟେକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ମେଡିକାଲ ତରଫରୁ

 ଆବଶ୍ୟକୀୟ ସେବା, ଔଷଧ ଯୋଗାଇ ଦିଆଯାଉଥିବା ସମ୍ବନ୍ଧରେ ଉପସ୍ଥିତ ଡାକ୍ତର, ନର୍ସ ମାନଙ୍କ ସହିତ ବିଷଦ ଆଲୋଚନା କରିଥିଲେ। ଅନୁଷ୍ଠାନ ତରଫରୁ ରାଜ୍ୟ ମହିଳା ଶାଖା ସଭାନେତ୍ରୀ ଝିଲ୍ଲୀ ଦାସ, ସମ୍ପାଦିକା ଲକ୍ଷ୍ମୀପ୍ରିୟା ମହାପାତ୍ର, କୋଷାଧ୍ୟକ୍ଷା ସରୋଜିନୀ ସ୍ବାଇଁ, ପୁରୀ ଶାଖା ଯୁଗ୍ମ ପ୍ରତିନିଧି ବିଶ୍ୱଜିତ ଶତପଥୀ, ସଦସ୍ୟା ସରିତା ମହାପାତ୍ର,ନୀଳମଣି ସେଠୀ, ସଭ୍ୟ ନଳିନୀକାନ୍ତ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ନିମାପଡ଼ା ପ୍ରେସକ୍ଲବର ସଭାପତି ଅକ୍ଷୟ ବେହେରା ଓ ସମ୍ପାଦକ ରମାକାନ୍ତ ବେହେରା ମାର୍ଗଦର୍ଶକ ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଟିଏଚ ପରିବାର ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ମେଡିକାଲରେ ରୋଗୀ ମାନଙ୍କ ସମ୍ପର୍କୀୟ, ମେଡିକାଲ କର୍ମକର୍ତ୍ତା ଆଦି ଉଚ୍ଚ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *