ଏହି ବର୍ଷର ଥିମ୍: “ଖାଦ୍ୟ ହେଉଛି ଔଷଧ”
ଭୁବନେଶ୍ୱର,୧୯/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ଯକୃତ୍ ଦିବସ ଅବସରରେ ଉତ୍କଳ ହସ୍ପିଟାଲ୍, ନୀଳାଦ୍ରି ବିହାର, ଭୁବନେଶ୍ୱର ରେ ଯକୃତ୍ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ବୃଦ୍ଧି ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ପ୍ରଚାର ପାଇଁ ଏକ ବିଶେଷ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା।
ଭାରତୀୟ ଯୋଗ ସଂସ୍ଥାନ, ଭୁବନେଶ୍ୱର ଶାଖା ସହଯୋଗରେ ଏକ ଯୋଗ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦୦ ଜଣ ପୁରୁଷ ଓ ମହିଳା ଭାଗ ନେଇଥିଲେ । ଏହି କାର୍ୟ୍ୟକ୍ରମରେ ଯକୃତ୍ ସ୍ୱାସ୍ଥ୍ୟ ଓ ସାଧାରଣ ସୁସ୍ଥତା ପ।ଳନରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ୟ୍ୟକ୍ରମକୁ ଭାରତୀୟ ୟୋଗ ସଂସ୍ଥାନର ଓଡ଼ିଶାର ମୁଖ୍ୟ ଶ୍ରୀ ସୁରେଶ କୁମାର ମହାପାତ୍ର ପରିଚାଳନା କରିଥିଲେ ।
ଏହି କାର୍ୟ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡିଆ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ୟବଂଶୀ ସୂରଜ ଙ୍କ ସମେତ ଉତ୍କଳ ହସ୍ପିଟାଲ୍ର ମ୍ୟାନେଜିଂ ଡାଇରେକ୍ଟର ଡ଼. ପ୍ରଜ୍ଞାନ୍ ରଞ୍ଜନ ଘଡେଇ , ସିଇଓ. ଶ୍ରୀ ବି. କେ ସୁବୋଧ ସିଂ, ଉତ୍କଳ ହସପିଟାଲର ବରିଷ୍ଟ ଡାକ୍ତର ଶଲୀଲ କୁମାର ପରିଡ଼ା, ଡାକ୍ତର ମଳୟ ରଞ୍ଜନ ଧଳ, ଶ୍ରୀ ସୁବାଶ ଚନ୍ଦ୍ର ପତି (ଜି.ଏମ., ବିଜନେସ୍ ଡେଭେଲପମେଣ୍ଟ), ଶ୍ରୀ ବି. ଏନ୍. ମହାପାତ୍ର (ଏ.ଜି.ଏମ., ବିଜନେସ୍ ଡେଭେଲପମେଣ୍ଟ), ଏବଂ ଚିକିତ୍ସା ଓ ସ୍ଵାସ୍ଥ୍ୟ ଜଗତର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ସୁସ୍ଥ ରହିବା ପାଇଁ ସମସ୍ତେ ସଚେତନ ରହିବା ପାଇଁ କହିଥିଲେ ଏବଂ ଉତ୍କଳ ହସ୍ପିଟାଲର ପ୍ରୟାସକୁ ପ୍ରଶଂସା କରିଥିଲେ । ଉତ୍କଳ ହସ୍ପିଟାଲ୍ ସଦା ସ୍ୱାସ୍ଥ୍ୟ ନିରୋଧକ ପଦକ୍ଷେପ ଓ ଏପରି ସଚେତନତା କାର୍ୟ୍ୟକ୍ରମ ଆଗାମୀ ଦିନରେ ମଧ୍ୟ କରିବାକୁ ପ୍ରତିବଦ୍ଧ।