ବିବାହ ଭୋଜିରେ ଫୁଟିଲା ଗୁଳି , ଦୁଇ ଆହତ

ଯାଜପୁର,୧୯/୦୪/୨୦୨୫ (ଓଡ଼ିଶା ସମାଚାର)- ବିବାହ ଭୋଜିରେ ଫୁଟିଲା ଗୁଳି ।  ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଚଣ୍ଡିଖୋଲ ମହାବିନାୟକ ପୀଠରେ ବିବାହ ଭୋଜିରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି।  ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳିମାଡ଼ ହୋଇଛି।

ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲାପରିଷଦ ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । କିଛି  ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଫୁଟିଥିଲା ଗୁଳି ।  ପ୍ରଥମେ ପାଟିତୁଣ୍ଡ ହୋଇଥିଲା ।

ପରେ ମରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳିମାଡ଼  ହୋଇଥିଲା । ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା।  ଘଟଣାକୁ ନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *