କଟକ ସଦର, ୧୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ରଘୁନାଥପୁର ଠାରେ ଥିବା ପୀର ବାବାଙ୍କ ପୀଠ ଠାରେ ଉର୍ସ-ଇ-ହଜରତ ଵଡେ ଦିୱ।ନ ସାହା ବାବା ଙ୍କ ଜନ୍ମ ମହୋତ୍ସବ ଗତକାଲି ମଙ୍ଗଳବାର ଦିନ ଆଧ୍ୟାତ୍ମିକ ପରିବେଶ ସହ ମହାସମାରୋହରେ ପାଳିତ ହୋଇ ବିଳମ୍ବିତ ରାତିରେ ଉଦଯାପିତ ହୋଇଛି।
ଏହାକୁ ଉର୍ସ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମର ସମସ୍ତ ମୁସଲମାନ ଧର୍ମାବଲମ୍ବୀ ମାନେ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ। ଏହି ଭାଇଚାରାର କାର୍ଯ୍ୟକ୍ରମ ରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜଣାଶୁଣା ସମାଜସେବୀ ପ୍ରଫୁଲ୍ଲ ସିଂହ, ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ନିର୍ମଳ ଦାସ, ପୂର୍ବତନ ସମିତି ସଭ୍ୟ ପ୍ରଭାତ ବେହେରା,ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ବାବାଙ୍କ ଆଶ୍ରିର୍ଵାଦ ଭିକ୍ଷା କରିଥିଲେ। ଏହି ଅବସରରେ ଚାଦର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
