କିଶନନଗର ଓ କନ୍ଦରପୁର ଠାରେ ଆୟୁଷ୍ମାନ ଭାରତ ନୂତନ କାର୍ଡ ବିତରଣ

କଟକ ସଦର,୧୬/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କିଶନନଗର ଓ କନ୍ଦରପୁର ଠାରେ ଆଜି ବୁଧବାର ଦିନ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ୍ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ‌‌‌ ଆରୋଗ୍ୟ ଯୋଜନାରେ ନୂଆ ଏକକ କାର୍ଡ ବିତରଣ ସହ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା କାର୍ଡ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଦୁଇଟି ଯାକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। କିଶନନଗର ଠାରେ ଡ଼ାକ୍ତର ଵଞ୍ଜୁ ମାରାଣ୍ଡି ଓ କନ୍ଦରପୁର ଠାରେ ଡାକ୍ତର ଆକୃତି ଜେନା ଙ୍କ ପୈ।ରୋହିତ୍ୟରେ ଏଵଂ ସ୍ୱ।ସ୍ଥ୍ୟ ସମିତି ଅଧ୍ୟକ୍ଷା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଓ କନ୍ଦରପୁର ଠାରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ଙ୍କ ଉପସ୍ଥିତି ରେ ଶୁଭାରମ୍ଭ ସଭା ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ ଯେ କିଶନନଗର ଠାରେ ଖାଦ୍ୟ ପେୟର ଅବ୍ୟବସ୍ଥା ଯୋଗୁଁ ଲୋକମାନେ ଡାକ୍ତର ମାରାଣ୍ଡି ଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଵା ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *