ପିଏମଶ୍ରୀ ସୋଲପଟା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ଗାଁ,୧୫/୦୪/୨୦୨୫ (ଓଡ଼ିଶା ସମାଚାର)- ମଙ୍ଗଳବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ସୋଲପଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଗିରିଜା ଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ , ମୁଖ୍ୟ ବକ୍ତା ଭାବେ ମାନ୍ୟବର ପୁରୀ ସାଂସଦ ସମ୍ବିତ ପାତ୍ର, ବିଶିଷ୍ଟ ଅତିଥି ଭାବରେ

ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀଣୀ ଗୀତାଞ୍ଜଳି ସାହୁ,ସମ୍ମାନିତ ଅତିଥି ଭାବରେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ,  ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଜୋନ୍ ୩ ର ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ସୋଲପଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ଜେନା, ସୋଲପଟା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିନୟ କୁମାର ବରାଡ, ପଞ୍ଚସଖା ଶିକ୍ଷାସେତୁ ର ସଭାପତି ସୁଶାନ୍ତ କୁମାର ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁବେର ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଉକ୍ତ ବିଦ୍ୟାଳୟ ପିଏମଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟତା ହାସଲ କରିଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଦେଇଥିଲେ।

ଆଗାମୀ ଦିନରେ ବିଦ୍ୟାଳୟ କିଭଳି ଏକ ସରସ ସୁନ୍ଦର ବିଦ୍ୟାଳୟରେ ପରିଣତ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାପାଇଁ ଉଭୟ ବାଚସ୍ପତି ଓ ସାଂସଦ ମତବ୍ୟକ୍ତ କରିଥିଲେ। ଡିଜିଟାଲ ଶିକ୍ଷା ପ୍ରଦାନ ଓ ଭବିଷ୍ୟତରେ ଛାତ୍ରଛାତ୍ରୀ ମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ବିଷୟରେ କୁହାଯାଇଥିଲା। ଛାତ୍ରଛାତ୍ରୀ ମାନେ କିଭଳି ନିଜକୁ ଶ୍ରେଷ୍ଠ ନାଗରିକ ଭାବେ ଗଢି ତୋଳିବେ, ଉତ୍ତମ ଛାତ୍ର ଗଠନରେ ଶିକ୍ଷକ ତଥା ସମାଜର ଭୂମିକା ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ନୟାଗଡ଼ ଜିଲ୍ଲାପାଳ ନୂତନ ଭାବରେ ଉଦଘାଟନ କରିଥିବା ଡିଜିଟାଲ ଶିକ୍ଷା ‘ଦୀପ’ର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଉନ୍ନତି ପାଇଁ ସର୍ବଦା ଅଙ୍ଗୀକାର ବଦ୍ଧ ବୋଲି ସାଂସଦ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ସମସ୍ୟା ଗୁଡିକୁ ସମାଧାନ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କହିଥିଲେ। ପରେ ପରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସଭାକାର୍ଯ୍ୟ ଶେଷ ହେବା ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବିଦ୍ୟାଳୟ ର ସମସ୍ତ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *