ଗରଦପୁର, ୦୩/୦୨/୨୦୨୫(ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ କଦମଛନ୍ଦା ଗ୍ରାମରେ ମା ରଣପୁରୀ ଏକାଡ଼େମୀ (ହାଇସ୍କୁଲ) ର ବାର୍ଷିକ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତି ଯୋଗିତା ନିମନ୍ତେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାହ୍ନୁ ଚରଣ ମଲିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ରୁଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତମାନ ମାତ୍ର ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ୮ମ, ୯ମ ଓ ୧୦ ମ ଶ୍ରେଣୀ ରେ ପାଠପଢ଼ା ଚାଲୁଛି । ସେଥି ମଧ୍ୟରୁ ୨ ଜଣଙ୍କର ନିକଟରେ ଅବସର ଗ୍ରହଣ କରିବାକୁ ଅଛି । ତେଣୁ ଦୂତନ ଶିକ୍ଷକ ନିଯୁକ୍ତି କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଗତ ମାଟ୍ରିକ୍ ପରୀକ୍ଷାରେ ୧ମ ସ୍ଥାନ ଅଧିକାର କରିଥିବା ସୌମ୍ୟ ରଂଜନ ଷେଣ୍ଢ ଙ୍କୁ ରଣଜିତ ଟ୍ରଫି, ୨ୟ ସ୍ଥାନ ଅଧିକାର କରିଥିବା ସ୍ୱାତୀ ଜେନା ଙ୍କୁ ରବି ନାରାୟଣ ଟ୍ରଫି ଓ ୩ୟ ସ୍ଥାନ ଅଧିକାର କରିଥିବା ସୁଶାନ୍ତ କୁମାର ମଲିକ ଙ୍କୁ ଗୋଲକ ନାରାୟଣ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥି ସହିତ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଗରଦପୁର ବ୍ଲକ୍ ସିଇସି ରାଜେନ୍ଦ୍ର ଭୋଇ, ପ୍ରଧାନ ଶିକ୍ଷକ ବାବାଜୀ ଚରଣ ପାଳ, ଅନୁପମା ସିଂହ, ନିକୁଂଜ ମିଶ୍ର ଓ ମିର ଗୁରଫାନ ଅଲୀ ପ୍ରମୁଖ ଉପସ୍ଥିତ ଥିଲେ ।
ମା ରଣପୁରୀ ଏକାଡ଼େମୀ (ହାଇସ୍କୁଲ) ର ବାର୍ଷିକ କ୍ରୀଡ଼ା
