କଟକ ସଦର, ୧୫/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କେଉଁ ଅନାଦି କାଳରୁ ଅନୁଷ୍ଠିତ ହୋଇଆସୁଥିବା କଟକ ସଦର ଅନ୍ତର୍ଗତ ଵାରଦା ଜଳାଶାୟୀ ମଙ୍ଗଳାଙ୍କ ଖାଇ ଠାକୁରାଣୀ ଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୋଟିଏ ଦିନ ପାଇଁ ଅନୁଷ୍ଠିତ ହୋଇ ଗତକାଲି ପବିତ୍ର ପଣା ସଂକ୍ରାନ୍ତି ରେ ଉଦଯାପିତ ହୋଇଯାଇଛି।
ଶିଶୁ କାଠରେ ନିର୍ମିତ ପ୍ରତିମା କଵେଇ ଯୋର ପାଣିରେ ଵର୍ଷ ସାରା ରହିବା ପରେ ଗୋଟିଏ ଦିନ ପଣା ସଂକ୍ରାନ୍ତି ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବା ନିମନ୍ତେ ଆବିର୍ଭାବ ହୁଅନ୍ତି। ଯେଉଁ ମାନଙ୍କ ର ମନସ୍କାମନା ପୂରଣ ହୋଇଥାଏ ସେମାନେ ମା’ ଙ୍କ ନିକଟରେ ଵିଞ୍ଚଣା(ପଂଖା) ଲାଗି କରିଥାଆନ୍ତି।
ଉକ୍ତ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିବା ବେଳେ ପରିଚାଳନାରେ ଦୂର୍ଯ୍ୟୋଧନ ଭୋଇ, ବିଷ୍ଣୁ ଚରଣ ବେହେରା, ଅରକ୍ଷିତ ବେହେରା, ପଞ୍ଚାନନ ବେହେରା,ମୁଷି ବେହେରା, ହାଡିବନ୍ଧୁ ବେହେରା, ପ୍ରମୋଦ ବେହେରା, ରାଧାକୃଷ୍ଣ ବେହେରା ପ୍ରମୁଖ ଗ୍ରାମବାସୀମାନେ ସହାୟତା କରିଥିଲେ।
