ଲାୟନ୍ସ କ୍ଳବ୍ ଯାଜପୁର ଉଦଘାଟିତ ।

ଯାଜପୁର,୧୨/୦୩/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ଯାଜପୁର ସହର ସ୍ଥିତ ମିଶନ ଶକ୍ତି ଭବନ ରେ ଲାୟନ୍ସ କ୍ଳବ୍ ଯାଜପୁର ବିଧିବଦ୍ଧ ଭାବେ ଉଦଘାଟିତ ହୋଇଯାଇଛି। ଭଦ୍ରକ ଲାୟନ ସ କ୍ଳବ୍ ର ସଭାପତି ଅଶୋକ କୁମାର ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରକ୍ଟ୍ ଗଭର୍ଣ୍ଣର ଲାୟନ ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କ୍ଳବ୍ ର କାର୍ଯ୍ୟ ଧାରା ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଇନଷ୍ଟାଲେସନ ଅଫିସର ପ୍ରକାଶ କୁମାର ଜେନା ଯୋଗ ଦେଇ ସମସ୍ତ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇବା ସହ କ୍ଳବ୍ ର ନୀତି ନିୟମ ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ଯୋଗ ଦେଇ ଯାଜପୁର ଅଞ୍ଚଳ ରେ ଲାୟନସ କ୍ଳବ୍ ନ ଥିଲା ଯାହେଉ ଏବେ ହେଇ ଥିବାରୁ ଖୁସି ପ୍ରକାଶ କରିଥିଲେ।ସାମାଜିକ ସେବାରେ କ୍ଳବ୍ କାମ କଲେ ସୁନାମ ବଢିବା ସହ ଅବହେଳିତ ଜନ ସାଧାରଣ ଉପକୃତ ହେବେ ବୋଲି ବକ୍ତବ୍ୟ ରଖିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ ଯୋଗ ଦେଇ କ୍ଳବ୍ ଗଠନ ର ଆବଶ୍ୟକ ତା ଉପରେ ଆଲୋକପାତ କରିଥିଲେ।କ୍ଳବ୍ ର କାର୍ଯ୍ୟ ଧାରା ଓ ସଦସ୍ୟ ମାନଙ୍କର ସହଯୋଗ ବିଷୟରେ ମତ ବ୍ୟକ୍ତ କରିଥିଲେ। ଲାୟନସ କ୍ଳବ୍ ଯାଜପୁର ର ସଭାପତି ସମର ବିଜୟ ଶରଣ କ୍ଳବ୍ ଯାଜପୁର ସହର ତଥା ଏ ଅଞ୍ଚଳ ର ସାମୁହିକ ବିକାଶ ରେ ଶହାୟକ୍ ହେବ।ସମାଜ ସେବା କୁ ଗୁରୁତ୍ଵ ଦେବା ସହ ସହର ର ବୁଦ୍ଧିଜୀବୀ,ଶିକ୍ଷାବିତ୍ ଓ ଯୁବ ପୀଢ଼ି ଏଥିରେ ସାମିଲ ହେବା ପାଇଁ ନିବେଦନ କରିଥିଲେ।ବରିଷ୍ଠ ମାନଙ୍କ ଆଶୀର୍ବାଦ ରହିଲେ କାର୍ଯ୍ୟରେ ସଫଳତା ମିଳିଥାଏ।ତାଙ୍କ ପରାମର୍ଶ ଓ ସମସ୍ତ ସଦସ୍ୟ ମାନଙ୍କୁ ନେଇ ଆଗକୁ କାର୍ଯ୍ୟ କରିବି ବୋଲି କହିଥିଲେ ।ଆଜିର ଏହି ଉଦ୍ଘାଟନୀ ଅବସରରେ ଲାୟନସ କ୍ଳବ୍ ଯାଜପୁର ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍,ସମାଜସେବୀ ତଥା ବାରୁନେଶ୍ୱର୍ କଲେଜ ର ପୂର୍ବତନ ଅଧକ୍ଷ ପ୍ରଫେସର ବଟକୃଷ୍ଣ ମହାପାତ୍ର ଏବଂ ବରିଷ୍ଠ ଆଇନଜୀବୀ ସାମ୍ବାଦିକ ତଥା ଓଡ଼ିଶା ଷ୍ଟେଟ ବାର୍ କାଉନସିଲ୍ ର ଉପାଧ୍ୟକ୍ଷ ରାଜୀବ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆଜିର ଏହି ଉଦଘାଟନି ସଭାରେ ଶୁଭ୍ରକାନ୍ତ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।କ୍ଳବ୍ ସଦସ୍ୟ ଡାକ୍ତର ମନୋଜ କୁମାର ସେନାପତି,ଡାକ୍ତର ପ୍ରଶାନ୍ତ କୁମାର ବିଶ୍ବାଳ,ଡାକ୍ତର ସୁଜିତ୍ ସ୍ୱାଇଁ,ଡାକ୍ତର ଲଲାଟେନ୍ଦୁ ଦାସ,ଚିତ୍ତରଞ୍ଜନ ମିଶ୍ର, ପ୍ରମୋଦ ଦାସ,ଚିନ୍ତାମଣି ପାଗଲ୍,କୁମାର ପ୍ରସାଦ ଜେନା,ହରିଶଙ୍କର ସୁବୁଦ୍ଧି,ତାପସ ମହାପାତ୍ର,ବିପ୍ଳବୀ ବିରଜା ପ୍ରଧାନ,ନିରଞ୍ଜନ ସାହୁ,ଗୌରାଙ୍ଗ ଶତପଥୀ ପ୍ରମୁଖ  କାର୍ଯ୍ୟ କ୍ରମ ପରିଚାଳନା ରେ ସହଯୋଗ କରିଥିଲେ।  ଶେଷରେ ସମ୍ପାଦକ ଅପରଜେୟ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *