ଶେଳଦାରେ ଝାମୁଯାତ୍ରା,ନିଆଁରେ ପସିଲେ ମହିଳା କାଳେସୀ

ନିଆଳୀ,୧୫/୦୪/୨୦୨୫ (ଓଡ଼ିଶା ସମାଚାର)- ମହାବିଷୁବ ପଣା ସଂକ୍ରାନ୍ତିରେ ନିଆଳୀ ,କଣ୍ଟାପଡା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶେଳଦା ସ୍ଥିତ ସାଗରସ୍ନାନ ପଡିଆରେ ୧୧ ଜଣ କାଳେସି ନିଆଁରେ ଚାଲିଥିଲେ । ସେହିପରି ମେଳକ ଗ୍ରାମ,ଅଳତଳଙ୍ଗ ଗ୍ରାମ ,ନୋଦା ନିକଟରେ,ଦକ୍ଷିଣ କସର୍ଦାର ମା ମଙ୍ଗଳା ପୀଠ ସମେତ ବହୁ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ବର୍ଷ ମହିଳା କାଳେସି ମଧ୍ୟ ଝାମୁରେ ସାମିଲ ହୋଇଥିବାର ଦେଖାଦେଇଛି । ଶେଳଦା ଝାମୁଯାତ୍ରାରେ ବହୁ ଜନପ୍ରତିନିଧି ,ବୁଦ୍ଧିଯିବି ଜନସାଧାରଣ ଉପସ୍ଥିତ ଥିଲାବେଳେ ସମାଜସେବି ସରୋଜ କୁମାର ସ୍ୱାଇଁ  ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସେହିଭଳି ଦକ୍ଷିଣ କସର୍ଦା ମା ମଙ୍ଗଳାଙ୍କ ପିଠରେ ରେ ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ  ସମାଜସେବି ଦିବ୍ୟ ସିଂହ ସେଠୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ  ।

Leave a Reply

Your email address will not be published. Required fields are marked *