ବାରହା ମାଂସ ସହ ଦୁଇ ଅଭିଯୁକ୍ତ ଗିରଫ

ବଡ଼ବିଲ,୨୯/୯/୨୦୨୪ (ଓଡ଼ିଶା ସମାଚାର)- ବାରହା ମାଂସ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ । ବଡ଼ବିଲ ରେଞ୍ଜ, ରୋଇଡ଼ା ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟୁଥିବା ଖବର ପାଇ ଟଣ୍ଟୋ ବୁରୁ ହଟିଂରେ ଗତ ରାତିରେ ଚଢ଼ାଉ କରିଥିଲା ବନ ବିଭାଗ । ସେଠାରୁ କଟା ମାଂସ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଦୁଇ ଜଣ ହେଲେ, ଟଣ୍ଟୋ ବୁରୁ ହଟିଂ ର ବାଘା ମୁଣ୍ଡା ,ବୟସ ୪୬ ଓ ସାବିର ମୁଣ୍ଡା ବୟସ ୩୬ । ଏମାନଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି ବନ ବିଭାଗ ।

Leave a Reply

Your email address will not be published. Required fields are marked *