ଶନିବାର ଠାରୁ ସାରା ରାଜ୍ୟରେ ପୁଣି ସ୍ବଭାବିକ ଭାବେ ଘରୋଇ ବସ ଚଳାଚଳ କରିବ

ଭୁବନେଶ୍ୱର,୧୧/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆସନ୍ତାକାଲି ଶନିବାର ଠାରୁ ସାରା ରାଜ୍ୟରେ ପୁଣି ସ୍ବଭାବିକ ଘରୋଇ ବସ ଚଳାଚଳ କରିବ । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଧର୍ମଘଟ ଯୋଗୁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଲୋକମାନଙ୍କ ଅସୁବିଧାକୁ ନଜରରେ ରଖି ଆସନ୍ତାକାଲି ଶନିବାର ଠାରୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଏନେଇ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପାଇଁ ଦାବି ମଧ୍ୟ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୁଲିସ ଓ ପ୍ରଶାସନର ସହାୟତା ନିଆଯିବ ବୋଲି ମଧ୍ୟ ରାଜ୍ୟ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ଚାରିଦିନ ଧରି ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହଇରାଣ ହେବା ସହ ବସ୍ ମାଲିକମାନେ ମଧ୍ୟ କ୍ଷତି ସହୁଛନ୍ତି । ତେଣୁ ପୁଣି ବସ୍ ଚଳାଚଳ କରିବା ନେଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ରାଜ୍ୟର ୭୦ଟି ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି କୁ ମାନିବେ ।

Leave a Reply

Your email address will not be published. Required fields are marked *