୩୭ ଫୁଟ ଉଚ୍ଚତା ର ହନୁମାନ ମୂର୍ତ୍ତି ଲୋକାର୍ପଣ ଉତ୍ସବ ଉଦଯାପିତ

ଭୁବନ,୧୪/୦୪/୨୦୨୫ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଏକତାଳି ପଞ୍ଚାୟତର ନୟା ନିଳକଣ୍ଠପୁର ଗ୍ରାମରେ ଗତ ଶୁକ୍ରବାର ଠାରୁ ଚାଲିଥିବା ୩୭ ଫୁଟ ଉଚ୍ଚତା ର ହନୁମାନ ମୂର୍ତ୍ତି ଲୋକାର୍ପଣ ଉତ୍ସବ ସୋମବାର ଅପରାହ୍ନ ରେ ଉଦଯାପିତ ହୋଇଯାଇଛି। ପ୍ରତ୍ୟହ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।

ଗତ ଶୁକ୍ରବାର ଦିନ କଳସ ଶୋଭାଯାତ୍ରାରେ ୫୦୦ ରୁ ଉର୍ଦ୍ଧ୍ୱ ମହିଳା ପୁରୁଷ ସାମିଲ ହୋଇ ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରିଥିଲେ । ଆଜି ସୋମବାର ପବିତ୍ର ହନୁମାନ ଜୟନ୍ତୀ ଅପରାହ୍ନରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରଭୁ ହନୁମାନ ଙ୍କ କୃପାଲାଭ କରିଥିଲେ ।

ମାୟାଧର ସାହୁ,ମିନାକ୍ଷୀ ସାହୁ,ପ୍ରଦୀପ ସାହୁ,ଜଲି ସାହୁ, ସୋମନାଥ ସାହୁ,ବାସନ୍ତୀ ସାହୁ,କୁନା ସାହୁ,ସୁଭଦ୍ରା ସାହୁ କର୍ତ୍ତା ଭାବେ ଯୋଗଦେଇ ଥିଲେ । ହନୁମାନ ବାଟିକା ସଭାପତି ଶଙ୍କର୍ଷଣ ରାଉତ,ଉପ ସଭାପତି ମିହିର କୁମାର ସାହୁ ଙ୍କ ସମେତ ରଞ୍ଜିତ ସାହୁ,ରାକେଶ ବେହୁରା, ନୀଶିଥ ରଞ୍ଜନ ସ୍ବାଇଁ,ବାପୁନ ସାହୁ, ଲିପୁନ ସାହୁ,କୁନୁ ସାହୁ,ଯତୀନ ସ୍ୱାଇଁ,ଅବିନାଶ ସ୍ୱାଇଁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ହନୁମାନ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ୧୨ ବର୍ଷ ଲାଗିଥିଲା ।

Leave a Reply

Your email address will not be published. Required fields are marked *