ଯାଜପୁର,୧୪/୦୪/୨୦୨୫ (ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ହେତୁ ଗ୍ରାମବାସୀ ଓ ବାଟୋୟି ମାନଙ୍କ ପାଇଁ ସାହାସପୁର ପଂଚାୟତ ପକ୍ଷରୁ ପଂଚାୟତ ନିକଟରେ ଏକ ଥଣ୍ଡା ପାନୀୟ ଜଳଛତ୍ର ସେବା ଖୋଲାଯାଇଛି ।
ଏହି କେନ୍ଦ୍ରକୁ ସରପଞ୍ଚ ଶ୍ରୀମତୀ କଳ୍ପନା ଭୂୟାଁ ଉଦ୍ଘାଟନ କରିବା ସହ ସମସ୍ତଙ୍କୁ ଦହି ମିଶା ଥଣ୍ଡା ପାନୀୟ ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରାଉତ , ନିହାରିକା ଦାସ , ଅନିଶା ରାଉତ , ପ୍ରଦୀପ ରାଉତ , କାମିନୀ ପାଣି , ମିନତୀ ନାଥଶର୍ମା ,କ୍ଷେତ୍ରବାସୀ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଆଗାମୀ ଏକ ମାସ ଧରି ଏହି ସେବା ଚାଲୁ ରହିବ ବୋଲି ସରପଞ୍ଚ ଶ୍ରୀମତୀ ଭୂୟାଁ କହିଛନ୍ତି ।
