ଓଡ଼ିଆ ପକ୍ଷର ତ୍ରୟୋଦଶ ଦିବସରେ ଆମ ରୁଚି ଆମ ଖାଦ୍ୟ।

ଯାଜପୁର ୧୩/୦୪/୨୦୨୫ (ଓଡ଼ିଶା ସମାଚାର)-  ଓଡିଆ ପକ୍ଷ ପାଳନ ର ତ୍ରୟୋଦଶ ଦିବସ ରେ “ଆମ ରୁଚି ଆମ ଖାଦ୍ୟ” ଆଜି ଯାଜପୁର ଜିଲ୍ଲା ମିଶନଶକ୍ତି ଭବନରେ  ଅନୁଷ୍ଠିତ ହୋଇଯାଇଛି। ଏଥିରେ ମିଶନ ଶକ୍ତି ମହିଳାମାନେ ଓଡ଼ିଆ  ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିଥିଲେ।

ଏହି ଖାଦ୍ୟ ସ୍ବାସ୍ଥ୍ୟ କ୍ଷେତ୍ର ରେ କେତେ ଉପଯୋଗୀ ସେ ସମ୍ପର୍କରେ ରେ ଆଲୋଚନା ହୋଇଥିଲା । ଏଇ କାର୍ଯ୍ୟକ୍ରମରେ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,  ଜିଲ୍ଲା ମିଶନ ଶକ୍ତି ମହାସଭା ର ସମ୍ପାଦିକା ଶ୍ରୀମତୀ ମିନତି ସେନାପତି, କନିଷ୍ଠ ସହାୟକ ଜ୍ୟୋତିରଞ୍ଜନ କର,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଜିଲ୍ଲା ସଂସ୍କୃତି ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *