ବଡବିଲ ରେ ପାଳିତ ହେଲା ୭୫ତମ ଗଣତନ୍ତ୍ର ଦିବସ  

ବଡବିଲ ,୨୭/୦୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲାର  ବଡବିଲ ପୌରାଞ୍ଚଳ ରେ ୭୫ତମ ସାଧାରଣତନ୍ତ୍ର ଦିବସକୁ ବହୁ ଆଡମ୍ବର ସହକାରେ ପାଳନ କରଯାଇଛି। ବଡବିଲ ତହସିଲ୍ କାର୍ଯ୍ୟାଳୟ ପରିସରରେ ବଡବିଲ ଅତିରିକ୍ତ ତହସିଲଦାର ବିଶ୍ୱଜିତ୍ ଦଳେଇ କର୍ମଚାରୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଗ୍ରୁପ୍ କାର୍ଯ୍ୟାଳୟ ଠାରେ ବଡବିଲ ରେଞ୍ଜର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବଡବିଲ ଥାନା ଅଧିକାରୀ ବଡବିଲ ଥାନା ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିଭଳି ବଡ଼ବିଲ ରିଜିଓନାଲ ମିଡ଼ିଆ ଫୋରମ ରେ ବଡ଼ବିଲ ଥାନାଧିକାରୀ ପତାକା ଉତ୍ତଳନ କରିଥିଲେ । ବଡବିଲ ଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିବା ବେଳେ ବଡବିଲ ପୌରପାଳିକା କାର୍ଯ୍ୟଳୟ ଠାରେ ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କଳିଙ୍ଗ ନଗର ଠାରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଏବଂ ପରେ ବଡବିଲ ବିକାସ ମହଲ ପଡ଼ିଆରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟଦିବସ ପାଳନ କମିଟି ପକ୍ଷରୁ ଆୟୋଜିତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ ଲକ୍ଷ୍ମଣ ମହାନ୍ତ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସେଠାରେ ବହୁ ସଂଖ୍ୟାରେ ବଡବିଲ ବାସୀ ଉପସ୍ଥିତ ଥିଲେ ଏଵଂ ବଡବିଲ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ଗଣତନ୍ତ୍ର ଦିବସ ପ୍ୟାରେଡ ରେ ଅଂଶଗ୍ରହଣ କରି ଥିଲେ । ସ୍କୁଲ୍ ର ଛାତ୍ର ଛାତ୍ରୀ ମାନେ ନିଜନିଜର କଳା ପରିବେଷଣ କରିଥିଲେ, ଯାହାକୁ ଦେଖିବାପାଇଁ ବଡବିଲ ତଥା ବଡବିଲ ଆଖପାଖ ଅଞ୍ଚଳର ଲୋକେ ଉପସ୍ଥିତ ଥିଲେ । ଶେଷରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ଓ ନିଜ ନିଜର ସ୍କୁଲ କୁ ପ୍ରତିନିଧିତ୍ଵ କରି ବିଜୟୀ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ  ନଗର ପାଳ ଶ୍ରୀ ମହାନ୍ତା ପୁରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *