ନିଶ୍ଚିନ୍ତକୋଇଲି,୧୩/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବଜାର ରେ ଥିବା ଏକ ଘରୋଇ ଡାକ୍ତର ଖାନା ଉପରେ ଚଢ଼ାଉ କରିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ । ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଚିନ୍ତାମଣି ମିଶ୍ର ଙ୍କ ନେତୃତ୍ୱରେ ଏକ ତିନି ଜଣିଆଁ ଟିମ ତଦନ୍ତ କରିଥିଲେ ।
ହସ୍ପିଟାଲ ସଂକ୍ରାନ୍ତୀୟ କେତେକ ନୀତି ନିୟମର ଉଲଂଘନ ହୋଇଥିବା ଜଣାପଡିଥିଲା । ବିଶେଷ କରି ଅଗ୍ନି ନିରାପତ୍ତା ସଂକ୍ରାନ୍ତୀୟ ବ୍ୟବସ୍ଥା ନଥିବା ଜଣାପଡିଥିଲା । ତବେ ତିନିମାସ ମଧ୍ୟରେ ସମସ୍ତ ଆନୁସଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଚଢ଼ାଉ ସମୟରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି ।