“ଓଡ଼ିଆ ପକ୍ଷ” ପାଳନ ଅବସରରେ “ପାରମ୍ପରିକ ଖାଦ୍ୟ ଦିବସ” ପାଳିତ 

ଭୁବନ,୧୩/୦୪/୨୦୨୫ (ଓଡ଼ିଶା ସମାଚାର)-  “ଓଡ଼ିଆ ପକ୍ଷ” ପାଳନ ଅବସରରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ “ପାରମ୍ପରିକ ଖାଦ୍ୟ ଦିବସ” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଓ ମା ଭଉଣୀ ମାନେ ଆଗ୍ରହ ର ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରିଥିଲେ ।

ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ, କାଉନସିଲର ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ, ଶକ୍ତି ପ୍ରସାଦ ସାହୁ କନିଷ୍ଠ କିରାଣୀ ପ୍ରାଣକୃଷ୍ଣ ଓଝା , ଗୋଷ୍ଠୀ ସଂଗଠିକା ଚିକୁମିନା ପଟ୍ଟନାୟକ ,ହିସାବ ରକ୍ଷକ ବିଶ୍ୱାସ ମହାନ୍ତି ,ଏମ ଆଇ ଏସ ସଚିନ ମହାନ୍ତି, ଜେ ଏସ ଇ ଜ୍ୟୋତି ରଞ୍ଜନ ବେହେରା,ଟାସ୍କ କଲେକ୍ଟର ସନ୍ତୋଷ କୁମାର ମିଶ୍ର, ରବୀନ୍ଦ୍ର ବେହେରା ,କୋଦଣ୍ଡଧର ପୋଥାଳ ଓ ସମସ୍ତ କର୍ମଚାରୀ ଙ୍କ ସମେତ ସ୍ୱଚ୍ଛ ସାଥୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *