୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ

ଭୁବନେଶ୍ୱର,୧୨/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର  ପ୍ରଥମ ମ୍ୟାଚ ମଧ୍ୟପ୍ରଦେଶ ଓ ତ୍ରିପୁରା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ରେ ମଧ୍ୟପ୍ରଦେଶ, ତ୍ରିପୁରା ପୋଲିସ ଦଳଠାରୁ ୩-୨ ଗୋଲ ବ୍ୟବଧାନରେ ବିଜୟଲାଭ କରିଥିଲା ।

ଦ୍ୱିତୀୟ ମ୍ୟାଚ ମହିଳା ବିଭାଗରେ ଵିଏସଏଫ ଓ  ଓଡିଶା ମହିଳା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ରେ ଓଡିଶା ପୋଲିସ, ଵିଏସଏଫ ଦଳକୁ ୧୧- ୦ ଗୋଲ ବ୍ୟବଧାନରେ ହରାଇଥିଲା ।

          ସେହିପରି ମହିଳା ବିଭାଗରେ ତୃତୀୟ ମ୍ୟାଚ ତାମିଲନାଡୁ ଓ ମହାରାଷ୍ଟ୍ର ମହିଳା ପୋଲିସ ଦଳ ମଧ୍ୟରେ  ଖେଳାଯାଇଥିଲା। ଏହି ମ୍ୟାଚ ରେ ତାମିଲନାଡୁ, ମହାରାଷ୍ଟ୍ର ମହିଳା ପୋଲିସ ଦଳକୁ  ୪- ୦ ଗୋଲ ବ୍ୟବଧାନରେ ହରାଇଥିଲା ।

ସେହିପରି ଚତୁର୍ଥ ମ୍ୟାଚ ପୁଡ଼ୁଚେରୀ, ତାମିଲନାଡୁ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ତାମିଲନାଡୁ, ପୁଡ଼ୁଚେରୀ ପୋଲିସ ଦଳକୁ ୧୨-୨ ଗୋଲରେ ପରାସ୍ତ କରିଥିଲା। ପଞ୍ଚମ ମ୍ୟାଚ   ଉତ୍ତରାଖଣ୍ଡ ଓ ରାଜସ୍ତାନ ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ରାଜସ୍ଥାନ, ଉତ୍ତରାଖଣ୍ଡ ପୋଲିସ ଦଳକୁ ୫-୦ ଗୋଲ ବ୍ୟବଧାନରେ ହରାଇଥିଲା ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଶ୍ରୀ ଦୟାଲ ଗଙ୍ଗୱାର,ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ, ଡିଆଇଜି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା,ଡିଆଇଜି ( କାର୍ମିକ) ଶ୍ରୀ ଯୁଗଳ କିଶୋର ବନୋଥ ପ୍ରମୁଖ ବିଭିନ୍ନ ମ୍ଯାଚ ଗୁଡିକରେ  ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

()

Leave a Reply

Your email address will not be published. Required fields are marked *