ପିଏମ ଶ୍ରୀ କୋରୋ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ୍ଧୁତ ପୂର୍ଣ୍ଣ କ୍ରୀଡା ସମାରୋହ

କେନ୍ଦ୍ରାପଡ଼ା,୧୮/୧୨/୨୦୨୫(ଓଡ଼ିଶା ସମାଚାର)-ପିଏମଶ୍ରୀ କୋରୋ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରମାନେ, କ୍ରୀଡା ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ବନ୍ଧୁତ ପୂର୍ଣ୍ଣ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ର ଉଦଘାଟନ କରିଥିଲେ । ଏଥିରେ ଅମ୍ପାୟାର ଭାବେ ଶିକ୍ଷକ ଅରବିନ୍ଦ ବାରିକ, ସହ ଅମ୍ପାୟାର ଭାବେ ପୂର୍ବତନ ଛାତ୍ର ଚନ୍ଦ୍ରଭାନୁ ସ୍ୱାଇଁ, ଓ ଘୋଷକ ଭାବେ ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ଲିପିକ ଭାବେ ତପନ କୁମାର ସ୍ୱାଇଁ ପ୍ରମୁଖ ସୁଚାରରୂପେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହି ପ୍ରତିଯୋଗିତା ୮ ଓଭର ଖେଳା ଯାଇଥିଲା । ଶେଷରେ ଦଶମ ଶ୍ରେଣୀ ବିଜୟ ହୋଇଥିଲା । ବିଜୟୀ ହୋଇଥିବା ଦଳର ପିଲାଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି । ଏଥିରେ ଚିତ୍ରସେନ ମାଝୀ, ତୃପ୍ତିରେଖା ପରିଡା, ଇତିଶ୍ରୀ ପ୍ରଧାନ, ମୋନାଲିସା ବେହୁରା, ଦୀପ୍ତିମୟୀ ମୁଦୁଲି, ଦୀପ୍ତିରେଖା ପରିଡା, ପୁଷ୍ପମିତ୍ରା ଦ୍ୱିବେଦୀ, ସାବିତ୍ରୀ ବିଶ୍ୱାଳ, ଏଲିନା ରାଉତରାୟ, ପ୍ରିୟଙ୍କା ପ୍ରତିଶ୍ରୁତି ନାୟକ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *