ଭରତପୁର ସାଂସଦ କ୍ରୀଡା ମହୋତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା,୨୦/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ବଟପଡିଆରେ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ୬ନମ୍ବର ଜିଲା ପରିଷଦ ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ କେନ୍ଦ୍ରାପଡା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଉତ୍ସବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଜେନା, ପୂର୍ବତନ ଜିଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ସାଂସଦଙ୍କ ପ୍ରତିନିଧି ଉପୀନ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ସାଂସଦ ଖେଳ ମହୋତ୍ସବ ବ୍ଲକ ସହ ସଂଯୋଜକ ବନ୍ଦନାରାଣୀ ରାଉତରାୟ ଓ ସମାଜସେବୀ ବାବାଜୀ ଚରଣ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିବା ସହ ଭାରତର ଯୁବଶକ୍ତିକୁ କିପରି ସୁସ୍ଥ ଓ ଫିଟ୍ କରାଯାଇପାରିବ ସେ ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ ।

୧ଶହ ମିଟର ରେସ, ୪ଶହ ମିଟର ରେସ, ଲଙ୍ଗ ଜମ୍ପ, ହାଇ ଜମ୍ପ, ରିଲେ ରେସ, ସଟ ପୁଟ୍, କବାଡି, ଭଲିବଲ ପ୍ରଭୃତି ଖେଳର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଶିଷ୍ଟ ଶିକ୍ଷାବୀତ ନାରାୟଣ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବକୁ ଅଂଶଗ୍ରହଣକାରୀ ବିଦ୍ୟାଳୟ ଗୁଡିକର କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଜୋନ ସଂଯୋଜକ ରଶ୍ମୀରଞ୍ଜନ ରାଉତ, ଅନିଲ କୁମାର ସ୍ୱାଇଁ, ପଙ୍କଜ ଦାସ, ସ୍ୱାଧୀନ ମହାପାତ୍ର, କ୍ଷୀରୋଦ କୁମାର ଭୋଳ, ଶୁଭମ ବେହେରା, ମଦନମୋହନ ବେହେରା, ସୁମନ୍ତ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *