ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିବସ

କେନ୍ଦ୍ରାପଡ଼ା,୨୨/୦୨/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଦ୍ୱିତୀୟ ଦିବସର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମ୍ୟାଚ୍ କୁ ଉଦଘାଟନ  କରିଥିଲେ ।

ସମ୍ମାନୀତ ଅତିଥି ଭାବେ ପୂର୍ବତନ ନଗରପାଳ ଧିରେନ ସାହୁ ଓ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା,କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବରିଷ୍ଠ ଉପଦେଷ୍ଟା ସୟଦ ଅବଦୁଲ ସତାର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋର୍ଟିଂ କ୍ଲବ କଲିକତାର ଧାକୁରିଆ ଶକ୍ତି ଓ ସଂହତିକୁ ୨-୦ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।

ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ୍ ରେ ଫୁଲବାଣୀର ଜେ.ଡି. କ୍ଲବ ବାଙ୍ଗାଲୋରର ଏମଇଜି କ୍ଲବକୁ ୪-୩ ଟ୍ରାଇବ୍ରେକର ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଅନୁଷ୍ଠିତ ଦ୍ୱିତିୟ କ୍ୱାଟର ଫାଇନାଲ ମ୍ୟାଚରେ କଟକର ତାରର୍ଜନ କ୍ଲବ କେନ୍ଦ୍ରାପଡାର ଏସ.ଆର.ଏଚ. ଫୁଟବଲ କ୍ଲବକୁ ୧-୦ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ଦ୍ୱିତୀୟ ମ୍ୟାଚରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବରିଷ୍ଠ ବିଜେଡି ନେତା ରବି ସାମଲ ଓ ରାଜେଶ ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ ।

କ୍ଲବର ସମ୍ପାଦକ ସେକ ଲିୟାକତ ଅଲ୍ଲୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ମୀର ବକ୍କାଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ମ୍ୟାଚକୁ ସୁହାନୀ ରାଜପୁତ୍, ପରମିତା ଘୋଷ, ସୋମା ମୁର୍ମୁ ଓ ଦେବଜାନୀ ମଣ୍ଡଳ ପ୍ରମୁଖ ରେଫରୀ ଭାବରେ ପରିଚାଳନା କରିଥିଲେ ।

ସହସମ୍ପାଦକ ସେକ ସଇଫୁଲ୍ଲା ଓ ସେକ ସିରହାନ ଅଲ୍ଲୀ, ଉପଦେଷ୍ଟା ଟିକା ଖାନ୍,ମୀର ଖୁବେର, ଜାହିଦ୍ ଖାନ୍, ଜୁମା ଖାନ୍, ମୀର ୟାସିର, ଅବଦୁଲ ମଲ୍ଲିକ, ମହମ୍ମଦ ଜାକିର, ସେକ ଅକ୍ତର, କଲିମ ଖାନ୍,  ନୁରୁଲ ହକ୍, ମୀର ଫାରୁକ୍, ବସ ଖାନ୍, ସୟଦ ଅହେସାନ ଅଲ୍ଲୀ, ଅବଦୁଲ ମଜିଦ, ସେକ କମିଲ, ପ୍ରଦୀପ କୁମାର ବେହେରା, ସେକ ୱାସିମ, ସେକ କମିଲ, ସାଜେଦୁର ରହେମାନ, ଖାଜା ରମଜାନୀ, ଅସିଫ ଖାନ୍, ସେକ ପରୱେଜ ଅକ୍ତର, ସେକ ଅମୀର ଅହମ୍ମଦ, ଫୁରକାନ ଖାନ, ମହମ୍ମଦ ଅମୀର, ନଫିସ ଅହେମ୍ମଦ, ନୁର ଖାନ୍,  ଅଝାରୁଦ୍ଧିନ ଖାଁ, ସେକ ନସିରୁଦ୍ଧିନ୍, ରହେମତ ଖାନ୍, ଲାଲାବାବୁ, ସେକ ଫରହାନ୍, ମୁନା ଖାନ୍, ବାବା ଖାନ୍, ଅସିଫ୍ ଖାନ୍, ଅହେମ୍ମଦ ଖାନ୍, ରାଜୁ ଖାନ, ଅଦିବ ଖାନ, ଉସମାନ ଖାନ, ସଫିଉର ରହେମାନ, ସାହାବାଜ୍,  ସେକ ଗୁଡୁ, ରାକେଶ ମହାପାତ୍ର, ଆୱାସ, ୱାସିମ୍, ମେହେବୁବ୍ ଅଲ୍ଲୀ, ଫାୟାଜ୍, ଅଲି ଖାନ, ଜସ୍ମିନ୍, ତାଜ ମହମ୍ମଦ, ଇସମାଇଲ, ରିଙ୍କୁ, କରନ, ମୋଜୋ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *