ଦୟାନିଧି ପ୍ରତିଭା ସମ୍ମାନ ପାଇଲେ ବିଶିଷ୍ଟ ସାମ୍ବାଦିକ ଅଶୋକ କୁମାର ପତି

କଟକ, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)-  କଟକ ସଦର ୪୨ମୌଜାର ସର୍ବପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଏରଞ୍ଚ ଗ୍ରାମର ଠାକୁରାଣୀ ପୀଠରେ କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ଅଭୟ କୁମାର ଦାସଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ବିଶିଷ୍ଟ ସାମ୍ବାଦିକ ଅଶୋକ କୁମାର ପତି ଙ୍କୁ ଉତ୍ତରୀୟ ,ପୁଷ୍ପମାଲ୍ୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଉପଦେଷ୍ଟା  କାହ୍ନୁଚରଣ ପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ସାରସ୍ଵତ ସାଧକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସଭାପତି  ସରୋଜ ନଳିନୀ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *